କନକ ବ୍ୟୁରୋ : ଇଷ୍ଟ ଇଣ୍ଡିଆ କମ୍ପାନୀର ନାମ କେବଳ ଶିକ୍ଷିତ ଲୋକଙ୍କୁ ଜଣ।। ତାହା ନୁହେଁ ବରଂ ଅଶିକ୍ଷିତ ବ୍ୟକ୍ତି ଯେଉଁ ମାନେ ତାଙ୍କ ଜୀବନ କାଳରେ କେବେ ସ୍କୁଲ କି କଲେଜ ଯାଇନାହାନ୍ତି ସେମାନଙ୍କୁ ମଧ୍ୟ ଇଷ୍ଟ ଇଣ୍ଡିଆ କମ୍ପାନୀ ନାମ ଜଣା ଅଛି । ଏହା ସେହି କମ୍ପାନୀ ଯିଏ ଦୀର୍ଘ ବର୍ଷ ଧରି ଭାରତୀୟଙ୍କୁ ଦାସ କରି ରଖିଥିଲା ଓ ଭାରତ ବର୍ଷରେ ଶାସନ କରୁଥିଲା । ଇଷ୍ଟ ଇଣ୍ଡିଆ କମ୍ପାନୀ ୧୬୦୦ ଖ୍ରୀଷ୍ଟାଦ୍ଦରେ ଭାରତ ମାଟିରେ ପାଦ ଦେଇଥିଲା ଏବଂ ପରେ ଏପରି ମୂଳ ପ୍ରତିଷ୍ଠା କରିଥିଲା ଯାହା ସମଗ୍ର ଭାରତ ବର୍ଷକୁ ଶହ ଶହ ବର୍ଷ ଧରି ଶାସନ କରିଥିଲା । ୧୮୫୭ ମସିହା ପର୍ଯ୍ୟନ୍ତ ଭାରତ ବର୍ଷ ଉପରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଶାସନ କରୁଥିଲା । ଏହି କମ୍ପାନୀକୁ ସେହି ସମୟରେ ରାଜ  କମ୍ପାନୀ ନାମରେ ମଧ୍ୟ ଲୋକମାନେ ଜାଣିଥିଲେ । ଯଦି ବର୍ତ୍ତମାନ ଦେଖାଯାଏ ତେବେ ଏହି କମ୍ପାନୀର ନାମ ଏବଂ ବ୍ୟବସାୟ ଏବେ ପର୍ଯ୍ୟନ୍ତ ଅଛି । ଇଷ୍ଟ ଇଣ୍ଡିଆ କମ୍ପାନୀ ବହୁ ବର୍ଷ ଆଗରୁ ଭାରତୀୟ ମାନଙ୍କୁ ଦାସ କରି ରଖିଥିଲା ବର୍ତ୍ତମାନ ଏହି କମ୍ପାନୀ ଜଣେ ଭାରତୀୟଙ୍କର ଦାସ ।

Advertisment

୧୭ ଶତାବ୍ଦୀର ପ୍ରାରମ୍ଭରେ, ଅର୍ଥାତ୍ ୧୬୦୦ ଦଶକରେ ସାମ୍ରାଜ୍ୟବାଦ ଏବଂ ବାଣିଜ୍ୟ ବ୍ୟାପାର ସ୍ପେନ୍ ଏବଂ ପର୍ତ୍ତୁଗାଲ୍ ସବୁଠାରୁ ଆଗରେ ଥିଲେ । ଏହା ପରେ ବ୍ରିଟେନ୍ ଏବଂ ଫ୍ରାନ୍ସ ବାଣିଜ୍ୟରେ ପ୍ରବେଶ କରିଥିଲେ । ଏବଂ ତାଙ୍କର ବ୍ୟାପାର ଦୃତଗତିରେ ବୃଦ୍ଧି ପାଇବାରେ ଲାଗିଥିଲା । ଏହା ପରେ ଭାସ୍କୋଡାଗାମା ଯେବେ ଭାରତକୁ ଆସିଥିଲେ ଭାରତରୁ ଅନେକ ମସଲା ଜାହାଜରେ ଲଦି ୟୁରୋପ ନେଇଯାଥିଲେ । ଏହି ମସଲା ଗୁଡିକର ଲୋକ ପ୍ରିୟତା ଏତେ ମାତ୍ରାରେ ବଢିଯାଇଥିଲା ଯେ, ଏହି ସବୁ ମସଲା ବିକ୍ରି କରିି ଭାସ୍କୋଡାଗାମା ଖୁବ୍ ଲାଭ କମେଇଥିଲେ । ମସଲାର ସ୍ୱତନ୍ତ୍ରତା ପୃଥିବୀରେ ଭାରତ ପାଇଁ ଏକ ନୂଆ ପରିଚୟ ସୃଷ୍ଟି କରିଥିଲା । କିନ୍ତୁ ଏହି ପରିଚୟ ଭାରତ ପାଇଁ ଅଭିଶାପ ହୋଇଥିଲା । ସାମ୍ରାଜ୍ୟବାଦୀ ଦେଶମାଙ୍କ ଲୋଲୁପ ଦୃଷ୍ଟିର ଶିକାର ହେବା ପାଇଁ ପଡିଥିଲା । ବ୍ରଟିଶ ତରଫରୁ ଇଷ୍ଟ ଇଣ୍ଡିଆ କମ୍ପାନୀ ଏହି କାମ ଆରମ୍ଭ କରିଥିଲା ।

ବ୍ୟବସାୟ କରିବା ଆଳରେ ଆସି ପ୍ରଥମେ ଅର୍ଥନୈତିକ ଓ ପରେ ଶାସନ ବ୍ୟବସ୍ଥାକୁ ଧୀରେଧୀରେ କାବୁ କରିଥିଲା ଇଷ୍ଟ ଇଣ୍ଡିଆ କମ୍ପାନୀ ।ପର୍ତ୍ତୁଗାଲ ଭାରତରୁ ନେଉଥିବା ମସଲା ଜାହାଜକୁ ଇଷ୍ଟ ଇଣ୍ଡିଆ କମ୍ପାନୀ ପ୍ରଥମେ ଲୁଟି ଥିଲା ଏବଂ ପ୍ରଥମ ଜାହାଜ ଲୁଟରେ ଇଷ୍ଟ ଇଣ୍ଡିଆ କମ୍ପାନୀ କୁ ୯୦୦ ଟନ ମସଲା ମିଳିଥିଲା । ଏହି ମସଲା ସବୁକୁ ବିକ୍ରି କରି କମ୍ପାନୀ ମୋଟା ଅଙ୍କର ଟଙ୍କା ପାଇଥିଲା ।

ଏହି ଲୁଟର ପ୍ରକ୍ରିୟା ଜାରି ରହିଲା ଏହି ପରି ଇଷ୍ଟ ଇଣ୍ଡିଆ କମ୍ପାନୀ ନିଜ କମ୍ପାନୀକୁ ଦୃଢ କରିବାରେ ଲାଗିଥିଲା । ସମଗ୍ର ଦେଶ ଉପରେ ନିୟନ୍ତ୍ରଣ ହାସଲ କରି ବର୍ଷ ବର୍ଷ ଧରି ନିଜ ନିୟମକୁ ବଜାୟ ରଖିଥିଲା ।
କିନ୍ତୁ ସମୟ ଏପରି ବଦଳିଛି, ଯେଉଁ କମ୍ପାନୀ ପୁରା ଭାରତ ବର୍ଷ ଉପରେ ଶାସନ କରୁଥିଲା , ବର୍ତ୍ତମାନ ଏହି କମ୍ପାନୀ ଉପରେ ଜଣେ ଭାରତୀୟଙ୍କ ଶାସନ ଅଛି । ଭାରତୀୟ ବଂଶୋଦ୍ଭବ ସଞ୍ଜୀବ ମେହତା ୨୦୧୦ ମସିହାରେ ଇଷ୍ଟ ଇଣ୍ଡିଆ କମ୍ପାନୀକୁ ୧୫ ମିଲିଅନ ଡଲାର ଅର୍ଥାତ୍ ୧୨୫ କୋଟି ଟଙ୍କାରେ କିଣିଥିଲେ । ବର୍ତ୍ତମାନ ଏହି କମ୍ପାନୀକୁ ଭାରତୀୟ ପୁଅ ସଞ୍ଜୀବ ମେହତା ଚଲାଉଛନ୍ତି ।