କନକ ନ୍ୟୁଜରେ ଖବର ବାଜିଲା ରେଳ ବିଭାଗର ଚେତା ପଶିଲା । ବାହାନଗା ଦୁର୍ଘଟଣାରେ ଆହତ ଯାତ୍ରୀ ସେଖ ସଲିମଙ୍କୁ ସହାୟତା କରିବ ରେଳ ବିଭାଗ ।

203

କନକ ବ୍ୟୁରୋ: କନକ ନ୍ୟୁଜର ପ୍ରଭାବ । ବାହାନଗା ରେଳ ଦୁର୍ଘଟଣାର ଶିକାର ହୋଇଥିବା ସେଖ ସଲିମଙ୍କୁ ସହାୟତାର ହାତ ବଢାଇଛି ରେଳ ବିଭାଗ । ଆବଶ୍ୟକ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଆଶ୍ୱସ୍ତ କରିଥିବା ଜଣାପଡିଛି ।

ଗୁରୁତର ହୋଇ ପ୍ରଥମେ ଏସସିବିରେ ଭର୍ତ୍ତି ହୋଇଥିବା ବେଳେ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା । କିନ୍ତୁ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଥିଲେ । ଏବେ ସଲିମଙ୍କ ଚିକିତ୍ସା ଭୁବନେଶ୍ୱର ଏମ୍ସରେ ଚାଲିଥିବା ବେଳେ ଅନେକ ଟଙ୍କା ଖର୍ଚ୍ଚ ହେଉଥିବା ନେଇ ରେଳମନ୍ତ୍ରୀ ଅଶ୍ୱୀନୀ ବୈଷ୍ଣବଙ୍କ ଟ୍ୱିଟ୍ କରିଥିଲେ ତାଙ୍କ ସମ୍ପର୍କୀୟ । ଏହି ଖବରକୁ କନକ ନ୍ୟୁଜ ପ୍ରସାରଣ କରିବା ପରେ ସେଖ୍ ସଲିମଙ୍କ ସମ୍ପର୍କୀୟଙ୍କୁୁ ପୂର୍ବତଟ ରେଳ ପଥ ପକ୍ଷରୁ ଯୋଗାଯୋଗ କରାଯାଇଛି । ଏମ୍ସରେ ହୋଇଥିବା ଅସ୍ତ୍ରୋପଚାରରେ କେତେ ଖର୍ଚ୍ଚ ହୋଇଛି ତାର ବିଲ ଓ ପେସକ୍ରିପସନ୍ ସାଥିରେ ଧରି ମୁଖ୍ୟ କାର୍ଯ୍ୟାଳୟକୁ ଆସିବାକୁ କୁହାଯାଇଛି ।