ବିହାରରେ ଏଭଳି ଲୋକଙ୍କ ଅଭାବ ନାହିଁ ଯେଉଁମାନେ ନିଜ ଶାରୀରିକ ଅସୁବିଧାକୁ ନେଇ ଡାକ୍ତରଖାନା ଯିବାକୁ ଜରୁରୀ ମାନନ୍ତି ନାହିଁ ଏବଂ ସଚେତନ ଅଭାବରୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ମଧ୍ୟ ଅଣଦେଖା କରନ୍ତି । ଏହି ସମସ୍ୟା ଆଗକୁ ଯାଇ ବିଭିନ୍ନ ଅସୁବିଧା କରିଥାଏ । ଏହି କଥାକୁ ଆଖି ଆଗରେ ରଖି ରାଜ୍ୟ ସ୍ୱାସ୍ଥ୍ୟ ସମସ୍ୟାର କାର୍ଯ୍ୟପାଳ ଲୋକେସ୍ କୁମାର ସିଂହ ସରକାରୀ ଡାକ୍ତରଙ୍କୁ ସହରଠାରୁ କୋଷ କୋଷ ଦୂର ଗ୍ରାମକୁ ଯାଇ ଲୋକଙ୍କ ଚିକିତ୍ସା କରିବା ପାଇଁ ଆଦେଶ ଦେଇଛନ୍ତି । ସେପ୍ଟେମ୍ବର ୧୭ ସୁଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳର ଗ୍ରାମରେ ସ୍ୱାସ୍ଥ୍ୟ ଶିବିର ଲଗାଯିବାର ମଧ୍ୟ ପ୍ରସ୍ତାବ ରହିଛି ।
ବିଶେଷଜ୍ଞ ଚିକିତ୍ସକ ସେବା ଯୋଗାଇଦେବେ :
ଶିବିରରେ ସାମାନ୍ୟ ଚିକିତ୍ସକ,ସ୍ତ୍ରୀ ରୋଗ ବିଶେଷଜ୍ଞ ଏବଂ ଶିଶୁ ରୋଗ ବିଶେଷଜ୍ଞ ସମେତ ପାରା ମେଡିକାଲ୍ କର୍ମୀ ମଧ୍ୟ ରହିବେ । ଓପିଡି ସେବା,ମାତୃ ଏବଂ ଶିଶୁ ସ୍ୱାସ୍ଥ୍ୟ ଜାଞ୍ଚ୍ ,ରକ୍ତଚାପ ଜାଞ୍ଚ୍ ,ଚକ୍ଷୁ ଜାଞ୍ଚ୍ ,ମଧୁମେହ ଜାଞ୍ଚ୍ ,ହିମୋଗ୍ଲୋବିନ୍ ଜାଞ୍ଚ୍ ଏବଂ ନିୟମିତ ଟିକାକରଣ ଜାଞ୍ଚ୍ ରେ ଗମ୍ଭୀର ପରିସ୍ଥିତି ଦେଖାଗଲେ ଡାକ୍ତରଖାନାକୁ ନିଆଯିବାକୁ ଚେଷ୍ଟା କରାଯିବ । ଏଥିପାଇଁ ଆମ୍ବୁଲାନ୍ସ ମଧ୍ୟ ଉପଲବ୍ଧ ରହିବ ଏବଂ ରୋଗୀଙ୍କୁ ଔଷଧ ମଧ୍ୟ ନିଃଶୁଳ୍କ ଭାବେ ଯୋଗାଇଦିଆଯିବ । ସ୍ୱାସ୍ଥ୍ୟ ଶିବିରରେ ଜାଞ୍ଚ୍ ପାଇଁ ଆବଶ୍ୟକ ଉପକରଣ ମଧ୍ୟ ରହିବ । ରୋଗୀଙ୍କ ପାଇଁ ବସିବା,ପିଇବା ଜଳ ଏବଂ ଅନ୍ୟ ସୁବିଧା ମଧ୍ୟ ଉପଲବ୍ଧ ରହିବ । ଶିବିରର ପ୍ରଚାର ଏବଂ ପ୍ରସାର ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ସିଭିଲ୍ ସର୍ଜନ୍ ଡା.ବିକେ ଡେସନଙ୍କ କହିବାନୁସାର ସେପ୍ଟେମ୍ବର ୧୭ ତାରିଖରେ ସହରର ତଳିଆ ଅଞ୍ଚଳ ଏବଂ ଗାଁ ମାନଙ୍କରେ ଏହି ଶିବିର ଲଗାଯିବାର ବ୍ୟବସ୍ଥା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/09/80812-jasvclwjxj-1517496922.jpg)
/kanak/media/post_attachments/wp-content/uploads/2018/09/blog-story-india-health-camp-300x170.jpg)