କନକ ବ୍ୟୁରୋ: ମାଟିଆ ଗୁଣ୍ଡି ଏବଂ ଚକଡ଼ା ଆତଙ୍କ । ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳରେ ଥିବା ଚାଷ ଜମି ଗୁଡିକରେ ଏବେ ମାଟିଆଗୁଣ୍ଡି ଏବଂ ଚକଡ଼ା ପୋକର ଆତଙ୍କ ଦେଖିବାକୁ ମିଳିଛି । ଚଳିତ ବର୍ଷ ପାଗ ଭଲ ଥିବାରୁ ଅଧିକ ଅମଳ ଆଶା ରଖିଥିଲା ଚାଷୀ । ଧାନରୁଆ ଠାରୁ ଆରମ୍ଭକରି ସାର ପ୍ରୟୋଗ ପର୍ଯ୍ୟନ୍ତ ହଜାର ହଜାର ଟଙ୍କା ଖର୍ଚ୍ଚ କରିଥଲା । କେଣ୍ଡାବି ବାହାରି ସାରିଥିଲା । ବିଲରେ ଲହଡ଼ି ଭାଙ୍ଗୁଥଲା ଧାନ । ଏବେ ଧାନ କ୍ଷେତରେ ପୋକଙ୍କ ପ୍ରାର୍ଦୁଭାବ ଯୋଗୁଁ ଚାଷୀ କୂଳ ଚିନ୍ତାରେ ପଡ଼ିଛି ।
ଶହଶହ ଏକର ଚାଷ ଜମିରେ କେଣ୍ଡା ବାହାରି ଆସୁଥିବା ବେଳେ ମାଟିଆ ଗୁଣ୍ଡି ଓ ଚକଡ଼ା ପୋକ ଚରିଯିବାରୁ ଧାନଗଛ ସବୁ ଜଳିଯାଉଛି । କୃଷି ବିଭାଗର ପରାମର୍ଶ ନେଇ ବାରମ୍ବାର କୀଟନାଶକ ପ୍ରୟୋଗ କରିଥିଲେ ଚାଷୀ । ହେଲେ ତାହା ବି କାମ କରୁନଥିବାରୁ ଚାଷୀକୂଳ ଏବେ ହତାଶ ହୋଇପଡ଼ିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/11/Collage-Maker-18-Nov-2022-06.47-PM.jpg)