ପୃଥିବୀର ପଡୋଶୀ ଗ୍ରହରେ ବହୁଛି ବିଶାଳ ସମୁଦ୍ର, ଏଲିୟନ ରହୁଥିବା ସମ୍ଭାବନା ! ବୈଜ୍ଞାନିକଙ୍କୁ ଗବେଷଣାରୁ ମିଳିଲା ବଡ ପ୍ରମାଣ

23

ପୃଥିବୀ ଭଳି ଅନ୍ୟ ଗ୍ରହରେ ଜୀବନ ସମ୍ଭବ କି ନାହିଁ ତାହା ଉପରେ ଗବେଷଣା କରୁଥିବା ବୈଜ୍ଞାନିକଙ୍କୁ ଏକ ବଡ ସଫଳତା ମିଳିଛି । ଯାହା ମାନବ ସମାଜ ପାଇଁ ନୂଆ ଆଶା ସଞ୍ଚାର କରିଛି । ପୃଥିବୀ ନିକଟରେ ଏଭଳି ଏକ ଗ୍ରହ ରହିଛି ଯେଉଁଠାରେ ସମୁଦ୍ର ପ୍ରଭାବିତ ହେଉଥିବା ଗବେଷଣାରୁ ଜଣାପଡିଛି । ଅଥାର୍ତ ଏହି ଗ୍ରହରେ ଜୀବନ ସମ୍ଭବ ବୋଲି ଏକ ସମ୍ଭାବନା ସୃଷ୍ଟି ହୋଇଛି । ଏଭଳି ଏକ ଗ୍ରହ ହେଉଛି ପ୍ରୋକସିମା ବି ।

ପ୍ରୋକସିମା ବି ଗ୍ରହ ପୃଥିବୀ ଠାରୁ ପ୍ରାୟ ୪.୨ ଆଲୋକ ବର୍ଷ ଦୂରରେ ଅବସ୍ଥିତ । ଦେଖିବାକୁ ଗଲେ ଏହା ପାଖାପାଖି ପୃଥିବୀର ଆକାର ପରି । ଆଉ ଏହି ଗ୍ରହରେ ତାପମାତ୍ରା ମାଇନସ ୯୦ ଡିଗ୍ରୀ ସେଲସିୟସରୁ ୩୦ ଡିଗ୍ରୀ ସେଲସିୟମ ମଧ୍ୟରେ ରହିଥାଏ । ୨୦୧୬ରେ ଏହି ଗ୍ରହକୁ ସନ୍ଧାନ କରାଯାଇଥିଲା । ସେବେଠାରୁ ଏହି ଗ୍ରହରେ ଜୀବନ ସମ୍ଭବ କି ନୁହେଁ ତାହା ଉପରେ ବୈଜ୍ଞାନିକ ମାନେ ଗବେଷଣା ଜାରି ରଖିଥିଲେ ।

ନାସାର ଗୋଡାର୍ଡ ଇନଷ୍ଟିଚ୍ୟୁଟ ଫର ସ୍ପେଶ ଷ୍ଟଡିଜର ବୈଜ୍ଞାନିକ ଅନୁଯାୟୀ, ଏହି ଗ୍ରହରେ ଜୀବନ ସମ୍ଭବ ବୋଲି ଏକ ସମ୍ଭାବନା ସୃଷ୍ଟି ହୋଇଛି । ଏଠାରେ ଏକ ବିଶାଳ ସମୁଦ୍ର ରହିଥାଇପାରେ ବୋଲି ଅନୁମାନ କରାଯାଉଛି । ଏପରିକି ଏନେଇ ପରୀକ୍ଷଣ ମଧ୍ୟ ହୋଇସାରିଛି । ତେବେ ସବୁଠାରୁ ବଡ କଥା ହେଲା, ଏହି ଗ୍ରହକୁ ପ୍ରୋକ୍ସିମା ସେଣ୍ଟାରୀ ନାମକ ଏକ ନକ୍ଷତ୍ର ଘେରି ରହିଛି । ଯେଉଁଥିପାଇଁ ଏହାର ଗୋଟିଏ ପାଶ୍ୱର୍ରେ ୨୪ ଘଣ୍ଟା ରାତି ଓ ଅନ୍ୟ ପାଶ୍ୱର୍ରେ ୨୪ ଘଣ୍ଟା ଦିନ ରହୁଥିବ ବୋଲି ଅନୁମାନ କରାଯାଉଛି । ଏପରିକି ଯେଉଁ କ୍ଷେତ୍ରରେ ୨୪ ଘଣ୍ଟା ଅନ୍ଧାର ରହୁଥିବ ସେହି ସ୍ଥାନରେ ପାଣି ବରଫ ଭାବେ ଜମାଟ ହେଉଯାଉଥିବ ବୋଲି ଅନୁମାନ କରାଯାଉଛି । ଏପରିକି ଏହି ଗ୍ରହରେ ଏଲିୟନ ବାସ କରୁଥିବା ମଧ୍ୟ ଅନୁମାନ କରାଯାଉଛି । ତେଣୁ ଆଗାମୀ ଦିନରେ ଏହି ଗ୍ରହ ଉପରେ ଅଧିକ ଅଧ୍ୟୟନ କରିବା ଦ୍ୱାରା ଏଠାରେ ଜୀବନ ସମ୍ଭବ କି ନୁହେଁ ତାହା ସାମ୍ନାକୁ ଆସିବ ।