ବିହାର, ଆସାମ ଓ ପଶ୍ଚିମବଙ୍ଗରେ ରେ ଭୂମିକମ୍ପର ଝଟକା । ରିକ୍ଟର ସ୍କେଲରେ ତିବ୍ରତା ୫.୪ ଡିଗ୍ରୀ ରେକର୍ଡ

147

କନକ ବ୍ୟୁରୋ: ବିହାରରେ ଭୂମିକମ୍ପର ଝଟକା ଅନୁଭୂତ । ପାଟନା, କିସନଗଞ୍ଜ ଓ ଅନ୍ୟ କିଛି ଅଞ୍ଚଳରେ ଅନୁଭୂତ ହୋଇଛି ଭୂମିକମ୍ପ । ଆସାମ ଓ ପଶ୍ଚିମବଙ୍ଗରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି । ହେଲେ ଏଯାଏଁ କୌଣସି ମୃତାହତ ହୋଇଥିବା ଖବର ସାମ୍ନାକୁ ଆସିନାହିଁ । ତେବେ ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ସିକିମ-ନେପାଳ ସୀମା ଥିଲା । ରିକ୍ଟର ସ୍କେଲରେ ଏହାର ତାପମାତ୍ରା ୫.୪ ଡିଗ୍ରୀ ରେକର୍ଡ କରାଯାଇଛି ।

ସେହିପରି ସିକିମ, ନାଗାଲାଣ୍ଡ, ମେଘାଳୟ, ଅରୁଣାଚଳ ପ୍ରଦେଶରେ ମଧ୍ୟ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଏହି ସମୟରେ ଲୋକ ଭୟଭୀତ ହୋଇ ଘରୁ ବାହାରୁ ଚାଲିଆସିଥିବା ଜଣାପଡିଛି ।

Comments are closed.