କନକ ବ୍ୟୁରୋ: ବିହାରରେ ଭୂମିକମ୍ପର ଝଟକା ଅନୁଭୂତ । ପାଟନା, କିସନଗଞ୍ଜ ଓ ଅନ୍ୟ କିଛି ଅଞ୍ଚଳରେ ଅନୁଭୂତ ହୋଇଛି ଭୂମିକମ୍ପ । ଆସାମ ଓ ପଶ୍ଚିମବଙ୍ଗରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି । ହେଲେ ଏଯାଏଁ କୌଣସି ମୃତାହତ ହୋଇଥିବା ଖବର ସାମ୍ନାକୁ ଆସିନାହିଁ । ତେବେ ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ସିକିମ-ନେପାଳ ସୀମା ଥିଲା । ରିକ୍ଟର ସ୍କେଲରେ ଏହାର ତାପମାତ୍ରା ୫.୪ ଡିଗ୍ରୀ ରେକର୍ଡ କରାଯାଇଛି ।
ସେହିପରି ସିକିମ, ନାଗାଲାଣ୍ଡ, ମେଘାଳୟ, ଅରୁଣାଚଳ ପ୍ରଦେଶରେ ମଧ୍ୟ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଏହି ସମୟରେ ଲୋକ ଭୟଭୀତ ହୋଇ ଘରୁ ବାହାରୁ ଚାଲିଆସିଥିବା ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/02/ba960e8c88fbcb6b70dc1444d3df6891_XL.jpg)