କନକ ବ୍ୟୁରୋ: ଆଫଗାନିସ୍ତାନରେ କେନ୍ଦ୍ରୀଭୂତ ହୋଇଥିବା ଭୀଷଣ ଭୂମିକମ୍ପରେ ଥରି ଉଠିଲା ପାକିସ୍ତାନ । ଫଳରେ ଏଯାଏଁ ୯ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୮୦-ରୁ ଅଧିକ ଲୋକେ ଆହତ ହୋଇଥିବା ସୂଚନା ରହିଛି । ଏଠାରେ ଭୂମିକମ୍ପର ତୀବ୍ରତା ରେକ୍ଟର ସ୍କେଲରେ ୬.୬ ରେକର୍ଡ କରାଯାଇଛି । ଭୂକମ୍ପର କେନ୍ଦ୍ର ପାକିସ୍ତାନଠାରୁ ୧୮୦ କିଲୋମିଟର ଦୂରରେ ଥିଲେ ବି ଏଥିରେ ପାକିସ୍ତାନର ଲାହୋର, ଇସ୍ଲାମାବାଦ, ରାୱଲପିଣ୍ଡି, କ୍ୱେଟା, ପେଶାୱର, କୋହାଟ ସମେତ ଅନ୍ୟ କିଛି ସହର ଦୋହଲିଯାଇଥିଲା । ଲୋକେ ପ୍ରାଣ ବିକଳରେ ଘର ବାହାରକୁ ଦୌଡି ପଳାଇଆସିଥିବା ଦେଖିବାକୁ ମିଳିଥିଲା ।
କେବଳ ଏତିକି ନୁହେଁ ଏହି ଭୂମିକମ୍ପରେ ଉତ୍ତରଭାରତର ଦିଲ୍ଲୀ ସମେତ ଦିଲ୍ଲୀ-ଏନସିଆର ସମେତ ପଞ୍ଜାବ, ହରିୟାଣା, ଜାମ୍ମୁକାଶ୍ମୀରରେ ଭୂମିକମ୍ପ ଅନୁଭୂତ ହୋଇଛି । ପ୍ରାୟ ୨ ମିନିଟ ଧରି ଏହାର କମ୍ପନ ଦିଲ୍ଲୀ ଏନସିଆର ଅଞ୍ଚଳରେ ଲୋକେ ଅନୁଭବ କରିଛନ୍ତି । ଲକ୍ଷ ଲକ୍ଷ ଲୋକ ଖୋଲା ସ୍ଥାନକୁ ପଲାଇ ଆସିଥିବା ଦେଖିବାକୁ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/03/11-17.jpg)