କନକ ବ୍ୟୁରୋ: କେନ୍ଦ୍ରଶାସିତ ପ୍ରଦେଶ ଆଣ୍ଡାମାନ୍ ନିକୋବର ଦ୍ୱୀପରେ ଭୂମିକମ୍ପ । ଶୁକ୍ରବାର ରାତି ପାଖାପାଖି ୨.୩୦ ସମୟରେ ଏଠାରେ ଭୂମିକମ୍ପ ହୋଇଛି, ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୬.୧ ରହିଥିବା ଜଣାପଡିଛି । ଏଥିରେ କୌଣସି ଧନଜୀବନ କ୍ଷୟକ୍ଷତିର ସୂଚନା ଏଯାଏଁ ମିଳିନାହିଁ ।

Advertisment

ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜିର ତଥ୍ୟ ମୁତାବକ, ଭୂମିକମ୍ପର କେନ୍ଦ୍ରସ୍ଥଳ କ୍ୟାମ୍ପବେଲ ୱେ ଠାରୁ ୪୩୧ କିଲୋମିଟର ଦୂରରେ ସୃଷ୍ଟି ହୋଇଛି । ୭୫ କିୋମିଟର ଗଭୀରତାରେ ଏହାର କେନ୍ଦ୍ରସ୍ଥଳ ରହିଛି ।