ଦିଲ୍ଳୀ-ଏନସିଆରରେ ଭୂକମ୍ପର ଝଟକା । ରିକ୍ଟର ସ୍କେଲରେ ଭୂମିକମ୍ପର ତ୍ରୀବତା ୩.୫ ।

1,073

କନକ ବ୍ୟୁରୋ : ଥରିଲା ଦେଶର ରାଜଧାନୀ । ଦିଲ୍ଲୀ-ଏନସିଆର ଅଞ୍ଚଳରେ ଭୂମିକମ୍ପର ଝଟକା । ରିକ୍ଟର ସ୍କେଲରେ ୩. ୫ ତ୍ରୀବତାର ଭୂକମ୍ପ ଦିଲ୍ଲୀ-ଏନସିଆର ଅଞ୍ଚଳରେ ଅନୁଭୂତ ହୋଇଛି । ସୂଚନା ଅନୁସାରେ ରବିବାର ସନ୍ଧ୍ୟା ୬ଟା ସମୟରେ ଭୁମିକମ୍ପ ଅନୁଭୂତ ହୋଇଛି । ଦିଲ୍ଲୀ- ଏନସିଆର ଅଞ୍ଚଳରେ ଉଚ୍ଚ ବିଲ୍ଡିଂରେ ରହୁଥିବା ଲୋକମାନେ ଭୂମିକମ୍ପର ଅନୁଭବ କରିଥିଲେ । ପୂର୍ବ ଦିଲ୍ଲୀରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି ।

ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା କମ ଥିବାରୁ ବିଶେଷ କ୍ଷୟକ୍ଷତି ହୋଇନାହିଁ । ଭୂକମ୍ପ ପାଇଁ ଦିଲ୍ଲୀକୁ ଅଧିକ ସମ୍ବେଦନଶୀଳ ଅଞ୍ଚଳ ବୋଲି ଧରା ଯାଇଥାଏ । ହଠାତ ଘର ଭିତର ପଙ୍ଖା ହଲିବା ଆରମ୍ଭ କରିବାକୁ ଲୋକମାନେ ଭୂକମ୍ପ ହେଉଥିବା ଜାଣିବାକୁ ପାଇଥିଲେ । ଏନେଇ ସୋସିଆଲ ମିଡିଆରେ ବିଭିନ୍ନ ଖବର ସାମ୍ନାକୁ ଆସିଛି ।