କନକ ବ୍ୟୁରୋ : ସକାଳୁ ସକାଳୁ ଭୂ କମ୍ପର ଝଟକା । ରାଜସ୍ଥାନରେ ଦୁଇଟି ସ୍ଥାନରେ ଓ ମଣିପୁରରେ ଗୋଟିଏ ସ୍ଥାନରେ ଭୂମିକମ୍ପ ହୋଇଛି । ରାଜସ୍ଥାନ ଜୟପୁରରେ ଘଂଟାଏ ଭିତରେ ୩ଥର ଭୂକମ୍ପର ଝଟକା ଅନୁଭୂତ ହୋଇଛି ।
ମିଳିଥିବା ସୂଚନା ଅନୁସାରେ ଭୂକମ୍ପର ଝଟକା ପ୍ରଥମେ ସକାଳ ୪ଟା ୯ ମିନିଟରେ ହୋଇଥିଲା । ଏହାପରେ ୪ଟା ୨୩ ମିିନିଟ୍ ସେହିପରି ତୃତୀୟ ଝଟକା ୪ଟା ୨୫ ମିନିଟରେ ଅନୁଭୂତ ହୋଇଛି । ଭୂକମ୍ପ ଝଟକାର ସର୍ବାଧିକ ୪.୪ ଏବଂ ସର୍ବନିମ୍ନ ତୀବ୍ରତା ୩.୪ ରହିଛି । ମଣିପୁରରେ ଭୂମିକମ୍ପର ତୀବ୍ରତା ୩.୫ ରହିଛି । ଭୂକମ୍ପ ଅନୁଭୂତ ହେବା ପରେ ଲୋକମାନେ ଘରୁ ବାହାରକୁ ପ୍ରାଣ ବିକଳରେ ଦୌଡି ପଳାଇ ଆସିଥିଲେ । ତେବେ କୌଣସି ବଡ କ୍ଷୟକ୍ଷତିର ସୂଚନା ମିଳିନାହିଁ ।