ଜାମ୍ମୁ ଓ କାଶ୍ମୀର ସହ ହରିୟାନାରେ ଭୂମିକମ୍ପର ଝଟକା । ଭୂମିକମ୍ପର ତୀବ୍ରତା ୪.୬

Advertisment
ଥରିଲା ପଶ୍ଚିମ ଓଡ଼ିଶା: ସମ୍ବଲପୁର ଓ ଝାରସୁଗୁଡ଼ାରେ ଭୂକମ୍ପ ଝଟକା, ଛାନିଆରେ ଘର ଛାଡ଼ି ଧାଇଁଲେ ଲୋକେ ।

କନକ ବ୍ୟୁରୋ : ବୁଧବାର ପ୍ରତ୍ୟୁଷରେ ହରିୟାନା ଏବଂ ଜମ୍ମୁ ଓ କଶ୍ମୀରରେ ଦୁଇଟି ଭୂମିକମ୍ପ ଅନୁଭୂତ ହୋଇଥିବା ଖବର ମିଳିଛି। ପ୍ରଥମ ଭୂମିକମ୍ପ ଭୋର୍ ପ୍ରାୟ ୫ଟା ୧୫ ମିନିଟ୍ ସମୟରେ ଜମ୍ମୁ ଓ କଶ୍ମୀରରେ ଅନୁଭୂତ ହୋଇଥିଲା। ରିକ୍ଟର୍ ସ୍କେଲରେ ଏହାର ତୀବ୍ରତା ଥିଲା ୪. ୬। ଭାରତୀୟ ପାଣିପାଗ ସଂସ୍ଥାନ ମତରେ, ଉତ୍ତରକୁ ୩୫. ୬ଂ ଅକ୍ଷାଂଶ ଓ ପୂର୍ବକୁ ୭୬. ୩ଂ ଦ୍ରାଘିମାରେ ଅନୁଭୂତ ହୋଇଥିବା ଏହି ଭୂମିକମ୍ପ ଭୂଗର୍ଭର ୧୭୪ କିଲୋମିଟର୍ ଅଭ୍ୟନ୍ତରରେ ଉତ୍ପତ୍ତି ହୋଇଥିଲା। ଅନ୍ୟ ଭୂମିକମ୍ପଟି ଭୋର୍ ୫. ୪୩ ମିନିଟରେ ହରିୟାନାର ଝାଜ୍ଜର୍ ଠାରେ ଅନୁଭୂତ ହୋଇଛି। ରିକ୍ଟର୍ ସ୍କେଲରେ ଏହାର ତୀବ୍ରତା ଥିଲା ୩. ୧। ଭାରତୀୟ ପାଣିପାଗ ସଂସ୍ଥାନ କହିବାନୁସାରେ, ଉତ୍ତରକୁ ୨୮. ୬ଂ ଅକ୍ଷାଂଶ ଏବଂ ପୂର୍ବକୁ ୭୬. ୮ଂ ଦ୍ରାଘିମାର ଭୂଗର୍ଭର ୫ କିଲୋମିଟର ଥିଲା ଏହାର କେନ୍ଦ୍ରସ୍ଥଳ। ଉଭୟ ଭୂମିକମ୍ପ ଯୋଗୁଁ ହୋଇଥିବା କୌଣସି କ୍ଷୟକ୍ଷତିର ବିବରଣୀ ହଠାତ୍ ମିଳିପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe