ସକାଳୁ ଥରିଲା ଇଣ୍ଡୋନେସିଆ, ତାଇୱାନ୍ । ରିକ୍ଟର ସ୍କେଲରେ ତୀବ୍ରତା ଯଥାକ୍ରେମେ...

Advertisment
ଭୂମିକମ୍ପରେ ଥରିଲା ଜମ୍ମୁ-କାଶ୍ମୀର, ଘଣ୍ଟାଏ ଭିତରେ ୨ଥର ଝଟକା

କନକ ବ୍ୟୁରୋ: ଇଣ୍ଡୋନେସିଆରେ ଭୂମିକମ୍ପ ଆତଙ୍କ । ଆଜି ଭୋର ପାଖାପାଖି ସାଢେ ୬ଟା ସମୟରେ ଏଠାରେ ଭୂମିକମ୍ପ ହୋଇଛି । ରିକ୍ଟର ସ୍କେଲରେ ଯାହାର ତୀବ୍ରତା ୬.୦ ରହିଛି । ସୂଚନା ମୁତାବକ, ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜି ଅନୁଯାୟୀ, ଭୂମିକମ୍ପ ସକାଳ ୬ଟା ୫୩ ମିନିଟରେ ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳ ସୁଲାବେସୀ ଠାରୁ ୭୭୯ କିଲୋମିଟର ଦୂରରେ ବୋଲି ଜଣାପଡିଛି ।

ଏଜେନ୍ସି ମୁତାବକ, ଏହି ଭୂମିକମ୍ପରେ କୌଣସି ଧନଭୀବନ ହାନୀର ଖବର ମିଳିନାହିଁ । ସେହିପରି ତାଇୱାନ ରାଜଧାନୀ ତାଇପେରେ ମଧ୍ୟ ମୃଦୁ ଭୂମିକମ୍ପ ଅନୁଭବ କରିଛନ୍ତି । ରାଜଧାନୀ ତାଇପେର ଦକ୍ଷିଣରେ ପାଖାପାଖି ୧୮୨ କିଲୋମିଟର ଭୂମି ତଳେ ଭୂମିକମ୍ପର କେନ୍ଦ୍ର ହୋଇଥିବା ଜଣାପଡିଛି । ତାଇପେରେ ହୋଇଥିବା ଭୂମକ୍ମ୍ର ତୀବ୍ରତା ରେକ୍ଟର ସ୍କେଲରେ ୬.୭ ଥିବା ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe