କନକ ବ୍ୟୁରୋ: ଇଣ୍ଡୋନେସିଆରେ ଭୂମିକମ୍ପ ଆତଙ୍କ । ଆଜି ଭୋର ପାଖାପାଖି ସାଢେ ୬ଟା ସମୟରେ ଏଠାରେ ଭୂମିକମ୍ପ ହୋଇଛି । ରିକ୍ଟର ସ୍କେଲରେ ଯାହାର ତୀବ୍ରତା ୬.୦ ରହିଛି । ସୂଚନା ମୁତାବକ, ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜି ଅନୁଯାୟୀ, ଭୂମିକମ୍ପ ସକାଳ ୬ଟା ୫୩ ମିନିଟରେ ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳ ସୁଲାବେସୀ ଠାରୁ ୭୭୯ କିଲୋମିଟର ଦୂରରେ ବୋଲି ଜଣାପଡିଛି ।
ଏଜେନ୍ସି ମୁତାବକ, ଏହି ଭୂମିକମ୍ପରେ କୌଣସି ଧନଭୀବନ ହାନୀର ଖବର ମିଳିନାହିଁ । ସେହିପରି ତାଇୱାନ ରାଜଧାନୀ ତାଇପେରେ ମଧ୍ୟ ମୃଦୁ ଭୂମିକମ୍ପ ଅନୁଭବ କରିଛନ୍ତି । ରାଜଧାନୀ ତାଇପେର ଦକ୍ଷିଣରେ ପାଖାପାଖି ୧୮୨ କିଲୋମିଟର ଭୂମି ତଳେ ଭୂମିକମ୍ପର କେନ୍ଦ୍ର ହୋଇଥିବା ଜଣାପଡିଛି । ତାଇପେରେ ହୋଇଥିବା ଭୂମକ୍ମ୍ର ତୀବ୍ରତା ରେକ୍ଟର ସ୍କେଲରେ ୬.୭ ଥିବା ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/02/ba960e8c88fbcb6b70dc1444d3df6891_XL.jpg)