କନକ ବ୍ୟୁରୋ: ଆଫଗାନିସ୍ତାନରେ ଭୀଷଣ ଭୂମିକମ୍ପ । କେନ୍ଦ୍ର ଆଫଗାନିସ୍ତାନର ପଶ୍ଚିମ କ୍ଷେତ୍ରରେ ଏହାର କେନ୍ଦ୍ରସ୍ଥଳ ହୋଇଥିବା ଜଣାପଡିଛି । ଏଥିରେ ହୋଇଥିବା କ୍ଷୟକ୍ଷତିର ସୂଚନା ଏଯାଏଁ ମିଳିନାହିଁ ।

Advertisment

ଥରେ ନୁହେଁ ଲଗାତାର ଦୁଇ ଥର ଭୂମିକମ୍ପ ହୋଇଛି । ଆଜି ୧୨ଟା ୧୧ ମିନିଟରେ ପ୍ରଥମ ଭୂମିକମ୍ପ ହୋଇଥିଲା, ଯାହାର ତୀବ୍ରତା ୬.୧ ଥିବାବେଳେ ପରେ ପରେ ୧୨ଟା ୧୯ ମିନିଟରେ ଦ୍ୱିତୀୟ ଭୂମିକମ୍ପ ଅନୁଭୂତ ହୋଇଥିଲା , ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୫.୯ ରେକର୍ଡ କରାଯାଇଛି ।