କନକ ବ୍ୟୁରୋ: ନେପାଳ କାଠମାଣ୍ଡୁରେ ବୁଧବାର ଦ୍ୱିପ୍ରହରରେ ଭୂକମ୍ପର ଝଟକା ଲାଗିଛି । ଏହାର ପ୍ରଭାବରେ ନେପାଳ ସୀମାକୁ ଲାଗିରହିଥିବା ଭାରତର କିଛି ଅଞ୍ଚଳରେ ବି ଝଟକା ଅନୁଭୂତ ହୋଇଥିଲା । ବିହାରର ପାଟନା ସମେତ ଅନ୍ୟ କିଛି ସ୍ଥାନରେ ମଧ୍ୟ ଭୂକମ୍ପର ଝଟକା ଲାଗିଥିଲା । ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ଯେ ଏଥିରେ କେତେ ଜଣ ମୃତାହତ ହୋଇଛନ୍ତି ।

Advertisment

ସୂଚନା ଅନୁସାରେ ଦ୍ୱିପ୍ରହର ୨.୫୨ରେ ନେପାଳ କାଠମାଣ୍ଡୁରେ ଭୂକମ୍ପର ଝଟକା ଲାଗିଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୧ ଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ କାଠମାଣ୍ଡୁର ପୂର୍ବରେ ୫୩ କିମି ଦୂରରେ ରହିଥିଲା । ମାଟିର ୧୦ କିମି ଭିତରେ ଏହାର କେନ୍ଦ୍ରସ୍ଥଳ ଥିବା ସୂଚନା ମିଳିଛି । ଏହା ପୂର୍ବକୁ ସକାଳୁ ସକାଳୁ ଲଦ୍ଦାଖରେ ୪.୨ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ସକାଳ ୮.୦୭ରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା ।