ଜମ୍ମୁକଶ୍ମୀରରେ ୫.୧ ତୀବ୍ରତାର ଭୂକମ୍ପ ଅନୁଭୂତ । ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନ-ତାଜିକିସ୍ତାନର ସୀମା

95

କନକ ବ୍ୟୁରୋ : ଆଜି ଜମ୍ମୁକଶ୍ମୀରରେ ୫.୧ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନ-ତାଜିକିସ୍ତାନର ସୀମା ବୋଲି କୁହାଯାଉଛି | ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନାହିଁ । ଜମ୍ମୁକଶ୍ମୀରରେ ଆଜି ସନ୍ଧ୍ୟା ୬:୪୫ରେ ଏହି କମ୍ପନ ଅନୁଭୂତ ହୋଇଥିଲା । ସୂଚନା ଥାଉ କି ଡିସେମ୍ବର ୨୭ରେ ମଧ୍ୟ କଶ୍ମୀର ଏବଂ ଲଦାଖର କିଛି ଅଂଶରେ ଭୂକମ୍ପ ଅନୁଭୂତ ହୋଇଥିଲା। କଶ୍ମୀର-ଲଦାଖର କିଛି ଅଂଶରେ ଭୂକମ୍ପ ହେତୁ କାର୍ଗିଲରେ ମଧ୍ୟ କମ୍ପନ ଅନୁଭୂତ ହୋଇଥିଲା । ସନ୍ଧ୍ୟା ୭.୦୨ ଏବଂ ସନ୍ଧ୍ୟା ୭.୦୮ ରେ ଏହି କମ୍ପନ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୩ ମାପ କରାଯାଇଥିଲା । ଭୂକମ୍ପର କମ୍ପନ ପରେ ଲୋକମାନେ ସତର୍କତା ଅବଲମ୍ବନ କରି ଘରୁ ବାହାରକୁ ଆସିଥିଲେ। ଏହାପୂର୍ବରୁ ଡିସେମ୍ବର ୫ ତାରିଖ ଦିନ ରାତି ପ୍ରାୟ ୨ଟା ୩ରେ ଉତ୍ତରକାଶୀ ଏବଂ ତେହେରୀରେ ଏକ ଭୂକମ୍ପ ଅନୁଭୂତ ହୋଇଥିଲା । ଏହାପୂର୍ବରୁ ତେହେରୀରେ ଦୁଇଥର ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପ ଯୋଗୁଁ କୌଣସି ଧନଜୀବନ ନଷ୍ଟ ହୋଇନଥିଲା । ବିପର୍ଯ୍ୟୟ ନିୟନ୍ତ୍ରଣ କକ୍ଷ ଅନୁଯାୟୀ ଭୂକମ୍ପର କେନ୍ଦ୍ରସ୍ଥଳ ତେହେରୀ ବୋଲି ଜଣାପଡିଥିଲା । ଏହାପୂର୍ବରୁ ସେପ୍ଟେମ୍ବର ୨୪ରେ ପିଥୋରାଗଡରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା।