ବଡଧରଣର ଭୂମିକମ୍ପର ଝଟକାରେ ମାଟିରେ ମିଶିଯିବ ଭୁବନେଶ୍ୱର! ସେସମିକ ଜୋନ ୨ ଓ ୩ରେ ସ୍ମାର୍ଟସିଟି

ବଡଧରଣର ଭୂମିକମ୍ପର ଝଟକାରେ ମାଟିରେ ମିଶିଯିବ ଭୁବନେଶ୍ୱର! ସେସମିକ ଜୋନ ୨ ଓ ୩ରେ ସ୍ମାର୍ଟସିଟି

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱର ପାଇଁ ବଡ ବିପଦ । ଭୂମିକମ୍ପର ଗୋଟିଏ ଝଟକାରେ ମାଟିରେ ମିଶିଯିବ ସ୍ମାର୍ଟସିଟି  । ରାଜଧାନୀ ଏବେ ଭୂମିକମ୍ପ ପ୍ରବଣ ଅଞ୍ଚଳ ହୋଇଗଲାଣି। ଗତ କିଛି ବର୍ଷ ମଧ୍ୟରେ ହୋଇଥିବା ପାଣିପାଗ ପରିବର୍ତ୍ତନ ଯୋଗୁଁ ରାଜଧାନୀ ମାଟି ତଳେ ଦୁଇଟି ଫଲ୍ଟ ଲାଇନ୍ ସୃଷ୍ଟି ହୋଇଥିବାରୁ ଭୁବନେଶ୍ବର ଏବେ ଭୂମିକମ୍ପ ସମ୍ବେଦନଶୀଳ ଅଞ୍ଚଳ ମଧ୍ୟରେ ଯାଉଛି। ଆଜି ପର୍ଯ୍ୟନ୍ତ ଯଦିଓ ଭୁବନେଶ୍ବରରେ କେବେ ବିଧ୍ବଂସକାରୀ ଭୂମିକମ୍ପ ହୋଇନି, କିନ୍ତୁ ଏହା କୌଣସି ମୁହୂର୍ତ୍ତରେ ବି ହୋଇପାରେ। ଏଥିପାଇଁ ଯଦି ଯଥା ସମ୍ଭବ ଶୀଘ୍ର ପ୍ରସ୍ତୁତି କରାନଯାଏ ତେବେ ପୂରା ଭୁବନେଶ୍ବର ଧ୍ବଂସସ୍ତୂପ ପାଲଟିଯିବ। ରାଜଧାନୀ ପ୍ରତି ଥିବା ବିପଦକୁ ନଜରରେ ରଖି ରାଜଧାନୀର ମାଇକ୍ରୋ ଜୋନେସନ୍ ସେସମିକ୍ ମ୍ୟାପିଂ କରିବାକୁ ଭୂ-ବିଜ୍ଞାନ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ଦେଶର ୪ଟି ସହରରେ ଏବେ ଏହି ମ୍ୟାପିଂ ହେବାକୁ ଥିବାବେଳେ ଭୁବନେଶ୍ବରରୁ ପ୍ରଥମେ କାମ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି।

publive-imageଭୂବିଜ୍ଞାନ ମନ୍ତ୍ରଣାଳୟର ଏକ ଟିମ୍ ଖୁବ୍ ଶୀଘ୍ର ଭୁବନେଶ୍ବରକୁ ଆସିବ। ବିଡିଏ ଅଧିକାରୀଙ୍କ ସହାୟତାରେ ରାଜଧାନୀର ବିଭିନ୍ନ ଅଞ୍ଚଳ ବୁଲିବା ସହ ସେଠାରେ ବୋରିଂ କରି ମାଟି ସଂଗ୍ରହ କରିବ। ପୂରା ଭୁବନେଶ୍ବରର ୧୧୦୦ଟି ଅଞ୍ଚଳରୁ ବୋରିଂ କରି ମାଟି ସଂଗ୍ରହ କରାଯିବ। ଆବଶ୍ୟକସ୍ଥଳେ ଲୋକଙ୍କ ଘର ଭିତରୁ ବି ଚଟାଣ ଖୋଳି ମାଟି ସଂଗ୍ରହ କରାଯିବ। ଏହି ମାଟିକୁ ନେଇ ପରୀକ୍ଷା କରାଯିବ। କେଉଁ ଅଞ୍ଚଳ କେଉଁ ସେସମିକ୍ ଜୋନରେ ଯାଉଛି, ସେଠାରେ କେଉଁ ଡିଜାଇନର ଘର ନିର୍ମାଣ କରାଯିବ ସେନେଇ ପ୍ରସ୍ତାବ ଦେବ। ଏହାପରେ ବିଡିଏ ପକ୍ଷରୁ ଏହାର ପ୍ଲାନିଂ ଅଞ୍ଚଳରେ କେଉଁ ଡିଜାଇନ୍ର ଘର ନିର୍ମାଣ କରାଯିବ ସେନେଇ ନିଷ୍ପତ୍ତି ହେବ।

ଏହି କେନ୍ଦ୍ରୀୟ ଟିମକୁ ସହଯୋଗ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଡିଏ ଉପାଧ୍ୟକ୍ଷ, ଆଇଆଇଟି ଭୁବନେଶ୍ବରର ଜଣେ ପ୍ରଫେସର, ବିଏମସି ସିଟି ଇଞ୍ଜିନିୟର, ବିଜ୍ଞାନ ଓ ବୈଷୟିକ ଜ୍ଞାନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ଟିମ୍ ଗଠନ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe