କନକ ବ୍ୟୁରୋ: ଭୀଷଣ ଭୂମିକମ୍ପକୁ ସାମ୍ନା କରିଥିବା ତୁର୍କୀରେ ପୁଣି ଭୂମିକମ୍ପ । ଏଥର ୪.୭ ତୀବ୍ରତାର ଭୂକମ୍ପରେ ଥରିଲା ତୁର୍କୀ । ୟୁଏସ୍ ଜିୟୋଲୋଜିକାଲ ସର୍ଭେ ମୁତାବକ, ତୁର୍କୀର କହରାମନମରାସ ସହରର ୨୪ କିଲୋମିଟର ଦକ୍ଷିଣରେ ଭୂମକ୍ମ୍ର କେନ୍ଦ୍ରସ୍ଥଳ ହୋଇଛି । ଫଳରେ ଜୀବନ ବଞ୍ଚାଇବାକୁ ସୁରକ୍ଷିତ ସ୍ଥାନକୁ ପଳାଉଛନ୍ତି ଅଳ୍ପକେ ବର୍ତ୍ତିଯାଇଥିବା ଲୋକେ ।

Advertisment

ଭୂମିକମ୍ପ ପ୍ରପୀଡ଼ିତ ଅଞ୍ଚଳ ଛାଡ଼ି ଇସ୍ତାନ୍‌ବୁଲ୍‌, ଅଙ୍କାରା, ଅନ୍ତାଲା ଏବଂ ଅନ୍ୟାନ୍ୟ ନିରପଦ ଅଞ୍ଚଳକୁ ଚାଲିଯାଉଥିବା ଲୋକମାନଙ୍କ ପାଇଁ ରବିବାର ଦିନ ତୁର୍କୀ ଏୟାର୍‌ଲାଇନ୍‌ସ୍‌ ଏବଂ ପେଗାସସ୍‌ ଏୟାର୍‌ଲାଇନ୍‌ସ୍‌ ମାଗଣାରେ ଟିକେଟ୍‌ ଯୋଗାଇ ଦେବାକୁ ଘୋଷଣା କରିଛି।

ଭୂମିକମ୍ପଦ୍ବାରା ପ୍ରଭାବିତ ହୋଇଥିବା ଜନସାଧାରଣଙ୍କୁ ସମସ୍ତ କଲେଜ, ବିଶ୍ବବିଦ୍ୟାଳୟ ହଷ୍ଟେଲ୍‌ ଏବଂ ଟୁରିଷ୍ଟ୍‌ ରସର୍ଟରେ ଥିବା ହୋଟେଲ୍‌ଗୁଡ଼ିକରେ ଆଶ୍ରୟ ଦିଆଯାଉଛି। ଗାଜିଆନ୍‌ତେପ୍, ହାତାଇ, ନୁର୍‌ଦାଗି ଏବଂ ମାରାଶ୍‌ ଆଦି ଅଞ୍ଚଳରୁ ଅସଂଖ୍ୟ ଜନତା ଭୂକମ୍ପ ପ୍ରପୀଡ଼ିତ ଅଞ୍ଚଳ ଛାଡ଼ି ଚାଲିଗଲେଣି। ନିରାପଦ ସ୍ଥାନକୁ ଚାଲିଯିବା ଲାଗି ହଜାର ହଜାର ଜନତା ଗାଜିଆନ୍‌ପେତ୍‌ ବିମାନ ବନ୍ଦରରେ ଗହଳି କରୁଛନ୍ତି।