ଗୁଜୁରାଟର ଅନେକ ଅଞ୍ଚଳରେ ଆଜି ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଭୂମିକମ୍ପର କେନ୍ଦ୍ର ଭରୂଚ ଠାରୁ ୩୮ କିଲୋମିଟର ଦୂରରେ ଥିଲା । ଦକ୍ଷିଣ ଗୁଜୁରାଟର ବିଭିନ୍ନ ଅଞ୍ଚଳ ଯଥା, ସୁରଟ, ତାପି, ଭରୂଚ, ନବସାରୀରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୭ ମପାଯାଇଛି । କିନ୍ତୁ ଏପର୍ଯ୍ୟନ୍ତ କାହାର କିଛି କ୍ଷୟକ୍ଷତି ହୋଇଥିବା ନେଇ କୌଣସି ଆସିନାହିଁ ।
ସେପଟେ ପାଣିପାଗ ବିଭାଗ ପକ୍ଷରୁ ଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ପବନର ବେଗ ଅଧିକ ରହିବ ବୋଲି ସୂଚନା ଦିଆଯାଇଛି । ଏହା ସହ ସମୁଦ୍ର ଅଶାନ୍ତ ରହିବ ବୋଲି ଚେତାବନୀ ଦିଆଯାଇଛି । ତେବେ ଗତକାଲି ପାଣିପାଗ ବିଭାଗ ପକ୍ଷରୁ ପଶ୍ଚିମବଙ୍ଗ, ଓଡିଶା, ପଶ୍ଚିମ ତଟର ଦକ୍ଷିଣ ଭାଗରେ ଏବଂ ଲାକ୍ଷାଦ୍ୱୀପ ଉପକୂଳରେ ଆଜି ପବନର ବେଗ ଅଧିକ ରହିବା ସହ ସମୁଦ୍ର ଅଶାନ୍ତ ରହିବ ବୋଲି ଚେତାବନୀ ଦେଇଥିଲା ।
ମତ୍ସ୍ୟଜୀବିଙ୍କୁ ସମୁଦ୍ର ମନା ।
ମତ୍ସ୍ୟଜୀବିଙ୍କୁ ସମୁଦ୍ର ନଯିବା ପାଇଁ ବାରଣ କରାଯାଇଛି । ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ପଶ୍ଚିମବଙ୍ଗ ଏବଂ ଓଡିଶାର ଉପକୂଳ ଅଞ୍ଚଳରେ ୪୦ ରୁ ୫୦ କିଲୋମିଟର ପ୍ରତି ଘଣ୍ଟାରେ ପବନ ବୋହିବାର ସମ୍ଭାବନା ରହିଛି । ଏବଂ ଏହା ସହ ସମୁଦ୍ର ମଧ୍ୟ ଅଶାନ୍ତ ରହିପାରେ । ତେଣୁ ମତ୍ସ୍ୟଜୀବିଙ୍କୁ ଉପକୂଳ ଅଞ୍ଚଳକୁ ନଯିବା ପାଇଁ ବାରଣ କରାଯାଇଛି ।
INCOIS ଚେତାବନୀ ଦେଇ କହିଛି ଯେ, ଭାରତର ପଶ୍ଚିମ ଉପକୂଳରେ ଏବଂ ଲାକ୍ଷାଦ୍ୱୀପକୁ ଲାଗି ରହିଥିବା ଉପକୂଳରେ ଜୁଆର ଉଠିବାର ସମ୍ଭାବନା ରହିଛି । INCOIS ଏମିତି ଏକ ସଂସ୍ଥାନ ଅଟେ ଯାହା ସୁନାମୀ ଏବଂ ସମଦ୍ରର ସ୍ଥିତି ବାବଦରେ ସୂଚନା ଦେଇଥାଏ ।
ପାଣିପାଗ ବିଭାଗ କହିଛି ଯେ, ପଶ୍ଚିମବଙ୍ଗର ଉପ ହିମାଳୟ କ୍ଷେତ୍ର, ସିକିମ, ଝାରଖଣ୍ଡ, ପଶ୍ଚିମବଙ୍ଗର ଗଙ୍ଗା କ୍ଷେତ୍ର, ଓଡିଶା, ଆସାମ, ମେଘାଳୟ, ମଣିପୁର, ମିଜୋରାମ, ତ୍ରିପୁରା, ଦକ୍ଷିଣ ଛତିଶଗଡ ଏବଂ କେରଳର ଅଲଗା ଅଲଗା ଅଞ୍ଚଳରେ ଝଡ ବର୍ଷା ହେବାର ସମ୍ଭାବନା ରହିଛି । ଦକ୍ଷିଣ ଆସାମ, ମେଘାଳୟ, ମିଜୋରାମ ଏବଂ ତ୍ରିପୁରାରେ ସ୍ୱାଭାବିକ ବର୍ଷା ହୋଇପାରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/04/generic_earthquake_breaking_news.jpg)
/kanak/media/post_attachments/wp-content/uploads/2018/04/ISS_4557_03359-300x156.jpg)