ରାଇରଙ୍ଗପୁରରେ ମୃଦୁ ଭୂମିକମ୍ପ ଅନୁଭୂତ : ଭୂମିକମ୍ପରେ କୌଣସି କ୍ଷୟକ୍ଷତିର ସୂଚନା ନାହିଁ

ରାଇରଙ୍ଗପୁରରେ ମୃଦୁ ଭୂମିକମ୍ପ ଅନୁଭୂତ : ଭୂମିକମ୍ପରେ କୌଣସି କ୍ଷୟକ୍ଷତିର ସୂଚନା ନାହିଁ

source : NDTV.com

କନକ ବ୍ୟୁରୋ : ମୃଦୁ ଭୂମିକମ୍ପ ଅନୁଭୂତ । ଶନିବାର ସକାଳ ପ୍ରାୟ ୬: ୨୦ରେ ରାଇରଙ୍ଗପୁର ଅଂଚଳରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ରାଇରଙ୍ଗପୁରର ଗୋରୁମହିଷାଣି, ବିଜାତଳ, ବିଶୋଇ ଅଂଚଳରେ ଭୂମିକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂତ୍ରରୁ ପ୍ରକାଶ  । ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ । ସକାଳୁ ଭୂମିକମ୍ପ ଝଟକା ହେବାରୁ ଲୋକମାନେ ଆତଙ୍କିତ ହୋଇପଡିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe