ନ୍ୟୁଜିଲାଣ୍ଡରେ ବଡ଼ ଧରଣର ଭୂମିକମ୍ପ, ଆସିଲା ସୁନାମୀ

1,081

କନକ ବ୍ୟୁରୋ : ନ୍ୟୁଜିଲାଣ୍ଡର ପୂର୍ବ ଉପକୂଳରେ କିଛି ସମୟ ପୂର୍ବରୁ ଏକ ବଡ଼ ଧରଣର ଭୂମିକମ୍ପ ଆସିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୩ ଥିବା ଜଣାଯାଇଛି । ଏହା ପରେ ନ୍ୟୁଜିଲାଣ୍ଡ ସରକାରଙ୍କ ପକ୍ଷରୁ ସୁନାମୀ ସତର୍କତା ଜାରି କରାଯାଇଛି । ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ପରାମର୍ଶ ଦିଆଯାଇଛି ।

ନ୍ୟୁଜିଲାଣ୍ଡର ଜାତୀୟ ଜରୁରୀକାଳୀନ ପରିଚାଳନା ସଂସ୍ଥା(ଏନଇଏମଏ)ର ସୂଚନା ଅନୁସାରେ ଏହି ଭୂମିକମ୍ପ ସ୍ଥାନୀୟ ସମୟ ଶୁକ୍ରବାର ପୂର୍ବାହ୍ଣ ୨ଟା ୨୭ ମିନିଟ ( ଭାରତୀୟ ସମୟ ସଂଖ୍ୟା ୭ଟା) ବେଳେ ନ୍ୟୁଜିଲାଣ୍ଡର ଉତ୍ତର ଦ୍ବୀପଠାରୁ ୧୦୦ କିଲୋମିଟର ପୂର୍ବରେ ଆସିଥିଲା । ଏହି ଭୂମିକମ୍ପ ଫଳରେ ଉଭୟ ସମୁଦ୍ର ଓ ସ୍ଥଳଭାଗରେ ସୁନାମୀ ଆରମ୍ଭ ହୋଇଯାଇଛି । ସ୍ଥାନୀୟ ସମୟ ଭୋର୍ ସାଢେ ୩ଟା ସମୟରେ ସୁନାମୀର ପ୍ରଥମ ତରଙ୍ଗ ଆସିଥିବା ଏନଇଏମଏ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଆସନ୍ତା କିଛି ଘଣ୍ଟା ପର୍ଯ୍ୟନ୍ତ ସୁନାମୀ ଜାରି ରହିବ । ସୁନାମୀକୁ ଦୃଷ୍ଟିରେ ରଖି ଲୋକମାନଙ୍କୁ ପ୍ରଶାସନ ପକ୍ଷରୁ ସୁରକ୍ଷିତ ସ୍ଥାନରେ ରଖାଯାଇଛି । ଲୋକମାନଙ୍କୁ ଘରେ ନ ରହି ସ୍ଥାନୀୟ ପ୍ରଶାସନର ପରାମର୍ଶ ମାନିବାକୁ କୁହାଯାଇଛି ।