ଭୂମିକମ୍ପରେ ଥରିଲା ନେପାଳ । ରିକ୍ଟର ସ୍କେଲରେ ତୀବ୍ରତା ୪.୩

156

କନକ ବ୍ୟୁରୋ: ଆଜି ସକାଳୁ ନେପାଳରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ଥିବା ଜଣାପଡିଛି । ଭୂମିକମ୍ପର କେନ୍ଦ୍ରସ୍ଥଳୀ କାଠମାଣ୍ଡୁଠାରୁ ୧୬୧ କିଲୋମିଟର ଦୂରରେ ବୋଲି ଜଣାପଡିଛି । ତେବେ କେରଓି କ୍ଷୟକ୍ଷତିର ସୂଚନା ଏଯାଏଁ ମିଳିନାହିଁ ।

ବୁଧବାର ଆଫଗାନିସ୍ତାନରେ ଭୀଷଣ ଭୂମିକମ୍ପ ହେବା ପରେ ଆଜି ନେପାଳ ଭୂକମ୍ପରେ ଥରିଉଠିଛି । ଅଫାଗାନିସ୍ତାନରେ ହୋଇଥିବା ଭୂମିକମ୍ପର ତୀବ୍ରତା ଅଧିକ ଥିବାରୁ ସେଠାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ହଜାରେରୁ ଅଧିକ ଲୋକ ପ୍ରାଣ ହରାଇଥିବାବେଳେ ଅନେକ ଲୋକ ବାସହରା ହୋଇପଡିଛନ୍ତି । ରାସ୍ତାଘାଟ ଫାଟିଯାଇଥିବାରୁ ଯାତ୍ରାୟାତ ବାଧାବ୍ରାପ୍ତ ହୋଇଛି । ସରକାରୀ ଆକଳନ ମୁତାବକ, ଏହି ଭୂମିକମ୍ପରେ ୧୫୦୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡିଛି ।