କନକ ବ୍ୟୁରୋ: ଜାପାନରେ ଆଜି ଏକ ବଡ ଭୂକମ୍ପ ଅନୁଭୂତ ହୋଇଛି | ଜାପାନର ଫୁକୁସିମା ଅଂଚଳରେ ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୧ ରେକର୍ଡ କରାଯାଇଛି | ମିଳିଥିବା ସୂଚନା ମୁତାବକ ଶନିବାର ଦିନ ରାତିରେ ଜାପାନର ସମୁଦ୍ର ତଟବର୍ତ୍ତୀ ଅଂଚଳରେ ଏହି ଭୂକମ୍ପ ହୋଇଥିବା ବେଳେ ସୁନାମି ନେଇ କୌଣସି ସତର୍କତା ଜାରି କରାଯାଇନାହିଁ |
ତେବେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଲୋକଙ୍କୁ ଉଚ୍ଚ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଛି | ଫୁକୁସିମାର ପ୍ରଶାନ୍ତ ମହାସାଗର ଅଂଚଳର ୫୪ କିଲୋମିଟର ଦୂରରେ ଏହାର କେନ୍ଦ୍ରସ୍ଥଳ ହୋଇଥିବାବେଳେ ଫୁକୁସିମା ଆଣବିକ କେନ୍ଦ୍ରକୁ କୌଣସି କ୍ଷତି ହୋଇନାହିଁ | ସୂଚନା ଥାଉ କି ଶୁକ୍ରବାର ରାତିରେ ଭାରତ ସମେତ ୪ଟି ଦେଶରେ ଭୂକମ୍ପ ଅନୁଭୂତ ହୋଇଥିଲା | ଭାରତରେ ଏହାର ତୀବ୍ରତା ୬.୩ ରେକର୍ଡ କରାଯାଇଥିବା ବେଳେ ଆଫଗାନିସ୍ତାନରେ ଭୂକମ୍ପର ତୀବ୍ରତା ୭.୫ ରେକର୍ଡ କରାଯାଇଥିଲା | ଏହାର କେନ୍ଦ୍ରସ୍ଥଳ ତାଜାକିସ୍ତାନ ଥିଲା |
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/02/psic-earth-quake.jpg)