ଜାପାନରେ ଭୂମିକମ୍ପ । ଲଗାତାର ଦୁଇଟି ଝଟକାରେ ଥରିଲା ଜାପାନ ।

Advertisment
ଜାପାନରେ ଭୂମିକମ୍ପ । ଲଗାତାର ଦୁଇଟି ଝଟକାରେ ଥରିଲା ଜାପାନ ।

କନକ ବ୍ୟୁରୋ: ସେଣ୍ଟ୍ରାଲ ଜାପାନରେ ୫.୯ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। କିନ୍ତୁ ସୁନାମି ସତର୍କ ସୂଚନା ନାହିଁ ବୋଲି ଜାପାନ ପାଣିପାଗ ବିଭାଗ (ଜେଏମ୍ଏ) କହିଛି। ସ୍ଥାନୀୟ ସମୟ ସକାଳ ୬ଟା ୩୧ ମିନିଟରେ ଆସିଥିବା ଏହି ଗଭୀର ଝଟକା ନୋଟୋ ଉପଦ୍ୱୀପରେ କେନ୍ଦ୍ରୀଭୂତ ହୋଇଥିବା ଜଣାପଡିଛି ।  ପ୍ରଥମ ଭୂମିକମ୍ପର ୧୦ ମିନିଟ୍ ପରେ ସେହି ଅଞ୍ଚଳରେ ଦ୍ୱିତୀୟ, ୪.୮ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା ବୋଲି ଜେଏମ୍ଏ କହିଛି।

ଏନଏଚକେ ଅନୁଯାୟୀ, ଏହି ଅଞ୍ଚଳରେ ଥିବା କାଶିୱାଜାକି-କାରିୱା ପରମାଣୁ କାରଖାନାରେ କାମ ବନ୍ଦ କରାଯାଇ କ୍ଷୟକ୍ଷତିର ଆକଳକ କରାଯାଉଛି । ଭୂମିକମ୍ପ କେନ୍ଦ୍ରିିଭୂତ ହୋଇଥିବା ଏହି ସ୍ଥାନରେ ଜାନୁଆରୀ ମାସରେ ମଧ୍ୟ ଭୂମିକମ୍ପ ହୋଇଥିଲା, ଯେଉଁଥିରେ ୨୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe