ଜମ୍ମୁ-କାଶ୍ମୀରରେ ଭୂମକମ୍ପ । ଥରିଲା ଦିଲ୍ଲୀ

ଜମ୍ମୁ-କାଶ୍ମୀରରେ ଭୂମକମ୍ପ । ଥରିଲା ଦିଲ୍ଲୀ

କନକ ବ୍ୟୁରୋ: ଜମ୍ମୁ-କାଶୀ୍ମରର କାଶ୍ମୀର ଘାଟି ଓ ଜମ୍ମୁ ସମ୍ବାଗରେ ଭୂମିକମ୍ପ ଅନୁଭୂତ ହୋଇଛି । ଦିଲ୍ଲୀ- ଏନସିଆର ଓ ଅନ୍ୟ ଇଲାକାରେ ମଧ୍ୟ ଶନିବାର ଭୋର ସମୟରେ ହାଲକା ଭୂମିକମ୍ପ ଅନୁଭୂତ ହୋଇଛି । ଫଳରେ ଲୋକେ ଘରୁ ବାହାରକୁ ପଳାଇଆସିଥିଲେ । ଜମ୍ମୁରେ ଭୂମିକମ୍ପର ତୀବ୍ରତା ୫.୭ ଥିଲା । ଏଠାରେ ପ୍ରଭାବ ଅଧିକ ଅନୁଭୂତ ହୋଇଥିଲେ ବି କୌଣସି କୌଣସି କ୍ଷୟ କ୍ଷତିର ସୂଚନା ମିଳିନାହିଁ । ଭୁମିକମ୍ପର କେନ୍ଦ୍ର ସ୍ଥଳ ଆଫଗାନିସ୍ତାନର ତାଜିକିସ୍ତାନ ବୋଲି ଜଣାପଡିଛି ।

ଏହା ପୂର୍ବରୁ ଜାନୁଆରୀ ୧୪ ତାରିଖରେ ମଧ୍ୟ ଜମ୍ମୁ-କାଶ୍ମୀରରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ରେକ୍ଟର ସ୍କେଲରେ ଏହାର ତୀବ୍ରତା ୫.୩ ଥିଲା । ଏହାର କେନ୍ଦ୍ରସ୍ଥଳ ଆଫଗାନିସ୍ତାନ ତାଜିକିସ୍ତାନର ସୀମା ବୋଲି ଜଣାପଡିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe