ଦେଶରେ ପ୍ରକୃତି ରଚୁଛି ତାଣ୍ଡବ । ବିଭିନ୍ନ ସ୍ଥାନରେ ବନ୍ୟା ଓ ଭୂସ୍ଖଳନ ଭିତରେ ହାଇଦ୍ରାବାଦରେ ତୀବ୍ରତାସମ୍ପନ୍ନ ଭୂମିକମ୍ପ

117

କନକ ବ୍ୟୁରୋ : ଦେଶରେ ଏବେ ବିଭିନ୍ନ ପ୍ରକୃତି ତାଣ୍ଡବ ରଚିବାରେ ଲାଗିଛି । ଏହି କ୍ରମରେ ଦେଶର ମହାରାଷ୍ଟ୍ର, କର୍ଣ୍ଣାଟକ ଆଦି ରାଜ୍ୟରେ ବନ୍ୟାର ବିଭିଶିକା ଚାଲିଥିବା ବେଳେ ହାଇଦ୍ରାବାଦରେ ତୀବ୍ରତାସମ୍ପନ୍ନ ଭୂମିକମ୍ପ ହୋଇଛି । ସୋମବାର ଭୋର ୫ ଟା ବେଳେ ହାଇଦ୍ରାବାଦରେ ସଂଘଠିତ ଭୂମିକମ୍ପ ଅନୁଭୂତ ହୋଇଛି । ଏହି ଭୂମିକମ୍ପର ତୀବ୍ରତା ୪.୦ ଥିବା ରିକ୍ଟର ସ୍କେଲରୁ ଜଣାପଡିଛି । ଏନେଇ ‘ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି (ଏନସିଏସ)’ ସୂଚନା ଦେଇଛି । ଏନସିଏସର ସୂଚନା ମୁତାବକ ଆନ୍ଧ୍ରପ୍ରଦେଶ ଅନ୍ତର୍ଗତ ହାଇଦ୍ରାବାଦର ଦକ୍ଷିଣକୁ ୧୫୬ କିଲୋମିଟର ଦୂରବର୍ତ୍ତୀ ଏକ ସ୍ଥାନ ହେଉଛି ଭୂକମ୍ପନର କେନ୍ଦ୍ରସ୍ଥଳ ।

ଭୂଗର୍ଭର ୧୦ କିଲୋମିଟର ଅଭ୍ୟନ୍ତରରେ ଏହି ଭୂମିକମ୍ପ ସଂଘଠିତ ହୋଇଥିବା କଥା ଏନସିଏସ କହିଥିବା ବେଳେ ଟ୍ୱିଟରରେ ମଧ୍ୟ ଏହାର ସମୟ ଲେଖିଛି । ୧୬.୦୦ ଅକ୍ଷାଂଶ ଏବଂ ୭୮.୨୨ ଦ୍ରାଘିମା ମଧ୍ୟରେ ସଂଘଠିତ ଏହି ଭୂମିକମ୍ପର ଗଭୀରତା ୧୦ କିଲୋମିଟର ବୋଲି କୁହାଯାଇଛି । ଏହି ଭୂମିକମ୍ପରେ କୌଣସି ହୋଇଥିବା ନେଇ ସୂଚନା ମିଳିନାହିଁ ।