କନକ ବ୍ୟୁରୋ: କୋଭିଡ୍ ଭଳି ସ୍ଥିତିରେ ସଙ୍କଟ ସମୟ ଦେଇ ଗତି କରୁଛି ଦେଶ । ଏହା ଭିତରେ ଭୂକମ୍ପର ଶକ୍ତ ଝଟକାରେ ଥରିଛି ଆସାମ । ଆଜି ସକାଳୁ ଆସାମରେ ୩ଥର ଶକ୍ତିଶାଳୀ ଭୁକମ୍ପ ଅନୁଭୂତ ହୋଇଥିଲା । ଭୁକମ୍ପର ଝଟକା ଏତେ ଶକ୍ତିଶାଳୀ ଥିଲା ଯେ ପୂର୍ବୋତ୍ତର ଭାରତର ୪ଟି ରାଜ୍ୟରେ ଏହାର ପ୍ରଭାବ ଅନୁଭୂତ ହୋଇଛି ।
୬.୪ ତୀବ୍ରତାର ଭୁକମ୍ପ ଝଟକାରେ ଥରିଲା ପୂର୍ବୋତର ରାଜ୍ୟ ଆଉ କମ୍ପିଲା ୪ଟି ରାଜ୍ୟ । ଥରିଲା ଆସାମ ଅରୁଣାଚଳ ଏବଂ ଦୋହଲିଲା ବିହାର ଓ ବଙ୍ଗ । କେଉଁଠି ବଡ ବଡ ଘର ଦୋହଲିିଥିଲା ତ ପୁଣି କେଉଁଠି ଭାଙ୍ଗି ପଡିଛି ଘରଦ୍ୱାରା । ଆଉ କେଉଁଠି ରାସ୍ତାଫାଟି ଆଁ କରିଛି ତ ପୁଣି କେଉଁଠି କାନ୍ଥ ଫାଟି ଆଁ କରିଛି । ପ୍ରକୃତିର କରାଳ ରୂପ ଆଜି ସକାଳୁ ସକାଳୁ ଦେଖିବାକୁ ମିଳିଥିଲା ।
ଆସାମା ନୌଗାଁ ଅଂଚଳରେ ଭୁକମ୍ପ ଝଟକାରେ ବଡ କୋଠାଘର ମଧ୍ୟ ପାଖରେ ଥିବା ଅନ୍ୟ ଏକ ଘର ଉପରେ ନଇଁପଡିଛି । ପୂର୍ବରୁ ଦୁଇଟି କୋଠାଘର ମଧ୍ୟରେ କିଛି ସ୍ଥାନ ଫାଙ୍କା ରହିଥିଲା । ହେଲେ, ଭୂମିକମ୍ପ ଗୋଟିଏ କୋଠା ଆଡକୁ ଢ଼ଳି ରହିଛି ଆଉ ଏକ କୋଠା । ସେହିପରି ଆସାମ ସୋନେତପୁରରେ ଚକ୍ ଚକ କରୁଥିବା ପିଚୁ ରାସ୍ତା ହଠାତ ଫାଟି ଆଁ କରିଛି । ଏବଂ ରାସ୍ତା ଦେଇ ଯାଉଥିବା ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି ।
ତେବେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିଲା ଆସାମ ସୋନିତପୁରରେ । ପ୍ରଥମ ଝଟକା ସକାଳ ୭ଟା ୫୫ ମିନିଟରେ ଅନୁଭୂତ ହୋଇଥିଲା । ଭୁକମ୍ପ ପ୍ରଭାବରେ ପୂରା ଆସାମ ଥରି ଉଠିଥିଲା । ଭୁକମ୍ପ ଝଟକା ପଡୋଶୀ ରାଜ୍ୟ ଅରୁଣାଚଳପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗର କିଛି ଅଂଚଳରେ ମଧ୍ୟ ଅନୁଭୂତ ହୋଇଥିଲା । ଏପରିକି ପଡୋଶୀ ଦେଶ ନେପାଳ, ଭୁଟାନ,ବାଙ୍ଗଲାଦେରେ ମଧ୍ୟ ଭୁକମ୍ପର ପ୍ରଭାବ ଅନୁଭୂତ ହୋଇଥିଲା ।
ଘଟଣାକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ସହ ଫୋନରେ କଥାବାର୍ତା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା । ଆସାମକୁ ଯଥାସମମ୍ଭବ ସାହାଯ୍ୟ ପ୍ରଦାନ ପାଇଁ କେନ୍ଦ୍ର ପକ୍ଷରୁ ଆଶ୍ୱସନା ଦିଆଯାଇଛି । ତେବେ ଭୂକମ୍ପ ଯୋଗୁଁ କୌଣସି ମୃତାହତର ସୂଚନା ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2020/02/ba960e8c88fbcb6b70dc1444d3df6891_XL.jpg)