ଭୂକମ୍ପ ଝଟକାରେ ପୁଣି ଥରିଲା ଦିଲ୍ଲୀ: ସପ୍ତାହେ ଭିତରେ ଦ୍ୱିତୀୟ ଥର ଅନୁଭୂତ

134

କନକ ବ୍ୟୁରୋ: ପୁଣି ଭୂକମ୍ପ ଝଟକାରେ ଥରିଲା ଦେଶର ରାଜଧାନୀ । ଦିଲ୍ଲୀ ଏନସିଆର ସମେତ ଉତରାଖଣ୍ଡରେ ଭୁକମ୍ପ ଝଟକା ଅନୁଭୂତ ହୋଇଛି । ଭୂମିକମ୍ପ ଝଟକା ପରେ ଲୋକେ ଭୟରେ ଘର ଭିତରୁ, ଅଫିସରୁ ବାହାରକୁ ଦୌଡି ଆସିଛନ୍ତି । ଆଜି ସନ୍ଧ୍ୟା ୭ଟା ୫୭ ମିନିଟରେ ଭୂକମ୍ପ ଝଟକା ପ୍ରାୟ ୫୪ ସେକେଣ୍ଡ ଧରି ଅନୁଭୁତ ହୋଇଥିବା ସୂଚନା ମିଳିଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତିବ୍ରତା ୫ ଦଶମିକ ୪ ରେକର୍ଡ କରାଯାଇଛି । ଦିଲ୍ଲୀ, ଏନସିଆର, ନୋଏଡା, ଗାଜିଆବାଦ, ବିଜନୋରରେ ଭୂକମ୍ପ ଝଟକା ଲୋକଙ୍କୁ ଆତଙ୍କିତ କରିଛି । ଭୂମିକମ୍ପର କେନ୍ଦ୍ରସ୍ଥଳ ନେପାଳର ଶିଲାଂ ବୋଲି ଜଣାପଡିଛି । ସେହିପରି ଉତରାଖଣ୍ଡରେ ମାତ୍ର ଦୁଇ ଘଂଟାର ବ୍ୟବଧାନରେ ଦୁଇଥର ଅନୁଭୂତ ହୋଇଥିବା ସୂଚନା ମିଳିଛି । ଗୋଟିଏ ସପ୍ତାହ ମଧ୍ୟରେ ଦୁଇ ଥର ଭୂକମ୍ପ ଅନୁଭୂତ ହୋଇଛି । ବୁଧବାର ନେପାଳରେ ୬ ଦଶମିକ ୩ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ହୋଇଥିଲା । ଏଥିରେ ନେପାଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଭୂମିକମ୍ପର ଝଟକା ଦିଲ୍ଲୀରେ ମଧ୍ୟ ଅନୁଭୂତ ହୋଇଥିଲା ।