ଭୂକମ୍ପରେ ଥରିଲା ଉତ୍ତର ଭାରତ । ଦିଲ୍ଲୀ-ଏନସିଆର୍ ଭୂମିକମ୍ପର ଝଟକା । ରିକ୍ଟର ସ୍କେଲରେ ତୀବ୍ରତା ୬.୩

Advertisment
ଥରିଲା ଜାପାନ: ଫୁକୁସିମା ଅଞ୍ଚଳରେ ବଡ ଧରଣର ଭୂମିକମ୍ପ ଅନୁଭୂତ । ରିକ୍ଟର ସ୍କେଲରେ ତୀବ୍ରତା ୭.୧ ।

କନକ ବ୍ୟୁରୋ: ଭୂକମ୍ପରେ ଥରିଲା ଉତ୍ତର ଭାରତ । ଶୁକ୍ରବାର ରାତିରେ ଦିଲ୍ଲୀ-ଏନସିଆର୍ ଅଞ୍ଚଳରେ ଭୂକମ୍ପର ଝଟକା ଦେଖିବାକୁ ମିଳିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୩ ବୋଲି ମପାଯାଇଛି । ରାତି ପ୍ରାୟ ସାଢେ ୧୦ଟା ବେଳକୁ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ହରିୟାଣା, ରାଜସ୍ଥାନ, ଜାମୁ କାଶ୍ମୀର, ଉତ୍ତରାଖଣ୍ଡରେ ମଧ୍ୟ ଭୂମିକମ୍ପ ହୋଇଛିା ଯାହାର କେନ୍ଦ୍ରସ୍ଥଳ ତାଜକିସ୍ତାନ ବୋଲି  ସୂଚନା ମିଳିଛି । ଏହି ଭୂମିକମ୍ପ ଫଳରେ ଦିଲ୍ଲୀ ଅଞ୍ଚଳରେ ଲୋକମାନେ ବେଶ ଭୟଭୀତ ହୋଇଯାଇଛନ୍ତି । ଲୋକମାନେ ଘର ଥରିବାରୁ ସେମାନେ ହଠାତ୍ ବାହାରକୁ ଚାଲିଆସିବା ଦେଖିବାକୁ ମିଳିଛି । ଅନ୍ୟ ସ୍ଥାନମାନଙ୍କରେ ମଧ୍ୟ ସେହି ସମାନ ଅବସ୍ଥା ଦେଖିବାକୁ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe