କନକ ବ୍ୟୁରୋ: ଭୂକମ୍ପରେ ଥରିଲା ଉତ୍ତର ଭାରତ । ଶୁକ୍ରବାର ରାତିରେ ଦିଲ୍ଲୀ-ଏନସିଆର୍ ଅଞ୍ଚଳରେ ଭୂକମ୍ପର ଝଟକା ଦେଖିବାକୁ ମିଳିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୩ ବୋଲି ମପାଯାଇଛି । ରାତି ପ୍ରାୟ ସାଢେ ୧୦ଟା ବେଳକୁ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ହରିୟାଣା, ରାଜସ୍ଥାନ, ଜାମୁ କାଶ୍ମୀର, ଉତ୍ତରାଖଣ୍ଡରେ ମଧ୍ୟ ଭୂମିକମ୍ପ ହୋଇଛିା ଯାହାର କେନ୍ଦ୍ରସ୍ଥଳ ତାଜକିସ୍ତାନ ବୋଲି ସୂଚନା ମିଳିଛି । ଏହି ଭୂମିକମ୍ପ ଫଳରେ ଦିଲ୍ଲୀ ଅଞ୍ଚଳରେ ଲୋକମାନେ ବେଶ ଭୟଭୀତ ହୋଇଯାଇଛନ୍ତି । ଲୋକମାନେ ଘର ଥରିବାରୁ ସେମାନେ ହଠାତ୍ ବାହାରକୁ ଚାଲିଆସିବା ଦେଖିବାକୁ ମିଳିଛି । ଅନ୍ୟ ସ୍ଥାନମାନଙ୍କରେ ମଧ୍ୟ ସେହି ସମାନ ଅବସ୍ଥା ଦେଖିବାକୁ ମିଳିଛି ।
ଭୂକମ୍ପରେ ଥରିଲା ଉତ୍ତର ଭାରତ । ଦିଲ୍ଲୀ-ଏନସିଆର୍ ଭୂମିକମ୍ପର ଝଟକା । ରିକ୍ଟର ସ୍କେଲରେ ତୀବ୍ରତା ୬.୩
/kanak/media/post_attachments/wp-content/uploads/2021/02/psic-earth-quake.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)