ଭୂମିକମ୍ପରେ ଥରିଲା ଦିଲ୍ଲୀ । ନେପାଳରେ କେନ୍ଦ୍ରସ୍ଥଳୀ, ୬.୨ ତୀବ୍ରତାର ଭୂକମ୍ପ ଝଟକା

Advertisment
ଭୂମିକମ୍ପରେ ଥରିଲା ଦିଲ୍ଲୀ । ନେପାଳରେ କେନ୍ଦ୍ରସ୍ଥଳୀ, ୬.୨ ତୀବ୍ରତାର ଭୂକମ୍ପ ଝଟକା

କନକ ବ୍ୟୁରୋ: ଭୂମିକମ୍ପରେ ଥରିଲା ଦିଲ୍ଲୀ ଏନସିଆର ସମେତ ଭାରତର ଏକାଧିକ ଅଞ୍ଚଳ । ଭୂମିକମ୍ପର ତୀବ୍ରତା ୪.୬ ଥିବା ଜଣାପଡିଛି । ଭୂମିକମ୍ପର କେନ୍ଦ୍ରସ୍ଥଳୀ ନେପାଳରେ ବୋଲି ଜଣାପଡିଛି, ଯେଉଁଠାରେ ରେକ୍ଟର ସ୍କେଲରେ ଏହାର ତୀବ୍ରତା ୬.୨ ବୋଲି ଜଣାପଡିଛି ।

ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜିର ତଥ୍ୟ ମୁତାବକ, ଭୂମିକମ୍ପ ଆଜି ୨ଟା ୨୫ ମିନିଟରେ ହୋଇଛି । କେନ୍ଦ୍ରସ୍ଥଳୀରେ ଏହା ୫ କିଲୋମିଟର ଗଭୀରତାରେ ସଙ୍ଗଠିତ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe