କନକ ବ୍ୟୁରୋ: ଦିଲ୍ଲୀ ପରେ ଭୂମିକମ୍ପରେ ଥରିଲା ଉତ୍ତରାଖଣ୍ଡ । ଏକାଧିକ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିଥିବା ଉତ୍ତରାଖଣ୍ଡରେ ଏଭଳି ଝଟକା ଲୋକଙ୍କୁ ଆହୁରି ଭୟଭୀତ କରିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ରହିଛି । ପିଥୋରଗଡଠାରୁ ୪୮ କିଲୋମିଟର ଦୂରରେ ଏହାର କେନ୍ଦ୍ରସ୍ଥଳ ହୋଇଥିବା ଜଣାପଡିଛି । ଏଥିରେ କୌଣସି ମୃତାହତର ଖବର ଏଯାଏଁ ମିଳିନାହିଁ ।

Advertisment

ଏହା ପୂର୍ବରୁ ମଧ୍ୟ ଅକ୍ଟୋବର ୫ ତାରିଖରେ ଉତ୍ତରକାଶୀରେ ୩.୨ ତୀବ୍ରତାର ଭୂମିକମ୍ପ ହୋଇଥିଲା । ଗତ କାଲି ମଧ୍ୟ ଦିଲ୍ଲୀ ଏନସିଆର ସମେତ, ଗୁରୁଗ୍ରାମ, ଗାଜିଆବାଦ, ନୋଏଡା, ଫରିଦାବାଦରେ ମଧ୍ୟ ତୀବ୍ର ଭୂମିକମ୍ପର ଝଟକା ଅନୁଭୂତ ହୋଇଛି ।