ଜାମ୍ମୁ କାଶ୍ମୀରରେ ଭୂମିକମ୍ପ ଝଟକା ଅନୁଭୂତ । ସୂଚନା ଦେଲା ୟୁରୋପୀୟ ପର୍ଯ୍ୟବେକ୍ଷଣ ସଂସ୍ଥା । କ୍ଷୟ କ୍ଷତି ନେଇ କୌଣସି ସୂଚନା ମିଳିନାହିଁ

Advertisment
ଭୂମିକମ୍ପରେ ଥରିଲା ଜମ୍ମୁ-କାଶ୍ମୀର, ଘଣ୍ଟାଏ ଭିତରେ ୨ଥର ଝଟକା

କନକ ବ୍ୟୁରୋ : ଜାମ୍ମୁ କାଶ୍ମୀରରେ ଅନୁଭୂତ ହେଲା ଭୂମିକମ୍ପ । ଶ୍ରୀନଗରର ଅଞ୍ଚଳରେ ଏହି ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଏନେଇ ସୂଚନା ଦେଇଛି ୟୁରୋପୀୟ ପର୍ଯ୍ୟବେକ୍ଷଣ ସଂସ୍ଥା । ତେବେ ଏଯାଏଁ କ୍ଷୟ କ୍ଷତି ନେଇ କୌଣସି ସୂଚନା ମିଳିନାହିଁ ।

ପୂର୍ବରୁ ମଧ୍ୟ ଜାମ୍ମୁ କାଶ୍ମୀରରେ ଭୂମିକମ୍ପ ଅନୁଭୂତ ହୋଇଛି । ଏହା ଏଲଓସିରେ ହୋଇଥିବା ଭୂମିକମ୍ପରେ ଭୟଙ୍କର କ୍ଷତି ଦେଖିବାମିଳିଥିଲା । ଅନ୍ୟ ପକ୍ଷରେ ଏହି ଭୂମିକମ୍ପକୁ ନେଇ ମଧ୍ୟ ସ୍ଥାନୀୟ ଅଞ୍ଚଳ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଲକଡାଉନ ବେଳେ ମଧ୍ୟ ଦିଲ୍ଲୀରେ ବାରମ୍ବାର ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ହେଲେ ଏଥିରେ କୌଣସି କ୍ଷତି ଘଟିନଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe