କନକ ବ୍ୟୁରୋ : ଜାମ୍ମୁ କାଶ୍ମୀରରେ ଅନୁଭୂତ ହେଲା ଭୂମିକମ୍ପ । ଶ୍ରୀନଗରର ଅଞ୍ଚଳରେ ଏହି ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଏନେଇ ସୂଚନା ଦେଇଛି ୟୁରୋପୀୟ ପର୍ଯ୍ୟବେକ୍ଷଣ ସଂସ୍ଥା । ତେବେ ଏଯାଏଁ କ୍ଷୟ କ୍ଷତି ନେଇ କୌଣସି ସୂଚନା ମିଳିନାହିଁ ।
ପୂର୍ବରୁ ମଧ୍ୟ ଜାମ୍ମୁ କାଶ୍ମୀରରେ ଭୂମିକମ୍ପ ଅନୁଭୂତ ହୋଇଛି । ଏହା ଏଲଓସିରେ ହୋଇଥିବା ଭୂମିକମ୍ପରେ ଭୟଙ୍କର କ୍ଷତି ଦେଖିବାମିଳିଥିଲା । ଅନ୍ୟ ପକ୍ଷରେ ଏହି ଭୂମିକମ୍ପକୁ ନେଇ ମଧ୍ୟ ସ୍ଥାନୀୟ ଅଞ୍ଚଳ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଲକଡାଉନ ବେଳେ ମଧ୍ୟ ଦିଲ୍ଲୀରେ ବାରମ୍ବାର ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ହେଲେ ଏଥିରେ କୌଣସି କ୍ଷତି ଘଟିନଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/02/ba960e8c88fbcb6b70dc1444d3df6891_XL.jpg)