ୟୁଥ୍ ଫର ସେବା ସଂଗଠନ ପକ୍ଷରୁ ସୁନ୍ଦର ପଦକ୍ଷେପ, ମୁକ ବଧୀର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଉଛି ମାଟି ଦୀପ
କନକ ବ୍ୟୁରୋ : ଗୋଟେ ପଟେ ସୁପ୍ରିମକୋର୍ଟ ପ୍ରଦୂଷଣ ଯୁକ୍ତ ବାଣ ଉପରେ କଟକଣା ଲଗାଇଛନ୍ତି । ଆଉ ଅନ୍ୟପଟେ ଦୀପାବଳୀ ପାଇଁ ପ୍ରସ୍ତୁତ ହେଉଛି, ରଂଗୀନ ମାଟି ଦୀପ । ଏସବୁ ପ୍ରସ୍ତୁତ କରୁଛନ୍ତି ଦିବ୍ୟାଙ୍ଗ ଛାତ୍ରଛାତ୍ରୀ । ଗୋଟେପଟେ ଚାଇନା ନିର୍ମିତ ଲିଚୁ ଲାଇଟ୍ ଓ ବାଣକୁ ବର୍ଜନ କରିବା ପାଇଁ ଆହ୍ୱାନ ଦିଆଯାଉଥିବାବେଳେ ୟୁଥ୍ ଫର ସେବା ପକ୍ଷରୁ ଏହି ସୁନ୍ଦର ପଦକ୍ଷେପ ନିଆଯାଇଛି । ଯେଉଁଥିରେ ସତ୍ୟଭାମା ଦେବୀ ମୁକ ବଧିର କଲେଜର ଛାତ୍ରଛାତ୍ରୀ ମାନେ ଏହି ଦୀପ ପ୍ରସ୍ତୁତ କରିଛନ୍ତି । ଆମ ପରମ୍ପରା ଓ ସଂସ୍କୃତି ଏହି ଦୀପ ଦାନରେ ବିଶ୍ୱାସ କରେ । ତେଣୁ କେମିତି ଯୁବପୀଢ଼ି ଏଥିରୁ ନିବୃତ ନହେବେ ସେହି ବାର୍ତା ନେଇ ଏହି କାର୍ଯ୍ୟକ୍ରମ କରାଯାଇଛି । ଏଥିସହ ମୁକ ବଧିର ପିଲାମାନେ ମଧ୍ୟ ଠାରରେ ଦୀପ ଜାଳି ପରିବେଶ ସୁରକ୍ଷାର ବାର୍ତା ଦେଇଛନ୍ତି ।