ବିଶ୍ୱରେ ବୃଦ୍ଧି ପାଇବ ତାପମାତ୍ରା, ଅଙ୍ଗାରକାମ୍ଳ ଉତ୍ସର୍ଜନ କାରଣରୁ ଆଗାମୀ ବର୍ଷରେ ବଢିପାରେ ପୃଥିବୀର ତାପମାତ୍ରା ।

97

କନକ ବ୍ୟୁରୋ: ଜଳବାୟୁ ପରିବର୍ତ୍ତନର ଚିନ୍ତା ଭିତରେ ବିଶ୍ୱରେ ଅଙ୍ଗାରକାମ୍ଳର ଉତ୍ସର୍ଜନ ଲଗାତର ରେକର୍ଡ କରୁଛି । ବିଶେଷ କରି ମାନବୀୟ ଗତିବିଧି କାରଣରୁ ବିଶ୍ୱରେ କାର୍ବନ ଡାଇଅକ୍ସାଇଡ୍ ବା ଅଙ୍ଗାରକାମ୍ଳ ଉତ୍ସର୍ଜନ ୨୦୨୨ ମସିହାରେ ରେକର୍ଡସ୍ତରରେ ପହଞ୍ଚିଛି । ଜୀବାଷ୍ମ ଇନ୍ଧନରୁ ବାହାରୁଥିବା ଗ୍ୟାସ କାରଣରୁ ପୂର୍ବ ସ୍ତରଠାରୁ ଏହା ବୃଦ୍ଧି ହେବାରେ ଲାଗିଛି । ବୈଜ୍ଞାନିକଙ୍କ କହିବା କଥା ଅନ୍ତରାଷ୍ଟ୍ରୀୟ ସଂସ୍ଥା ଦ୍ୱାରା ହୋଇଥିବା ଗବେଷଣାରୁ ଏହି ତଥ୍ୟ ସାମ୍ନାକୁ ଆସିଛି ।

ଗ୍ଲୋବାଲ କାର୍ବନ ପ୍ରୋଜେକ୍ଟ ବିଶ୍ୱରେ କାର୍ବନ ବଜେଟର ଗଣତି କରିଥାଏ । ଏଥିରେ ଦେଖାଯାଇଥାଏ ଯେ ମନୁଷ୍ୟ କେତେ ପରିମାଣର ଅଙ୍ଗାରକାମ୍ଳ ଛାଡିଥାଏ । ଦି କନଭରସେସନର ରିପୋର୍ଟ ଅନୁସାରେ ଅଲଗା ଅଲଗା ସଂସ୍ଥାନର ଚାରି ଶିକ୍ଷାର୍ଥୀ ଏହି ସମ୍ବନ୍ଧରେ ଏକ ଅନୁସନ୍ଧାନ କରିଥିଲେ । ରିସର୍ଚ୍ଚରୁ ଜଣାପଡିଛି, ପୃଥିବୀର ତାପମାତ୍ରା ୧.୫ ଡିଗ୍ରୀ ସେଲସିଅସସ୍ତରରୁ ଅଧିକ ହେବା ପୂର୍ବରୁ କେତେ ଅଙ୍ଗାରକାମ୍ଳ ବାୟୁମଣ୍ଡଳକୁ ଛାଡିଥାଏ । ଚଳିତବର୍ଷ ସମସ୍ତ ମାନବୀୟ ଗତିବିଧି ପରେ ୪୦.୬ ଅରବ ଟନ ଅଙ୍ଗାରକାମ୍ଳ ଉତ୍ସର୍ଜନର ଅନୁମାନ ରହିଛି । ଉତ୍ସର୍ଜନର ଏହି ମାତ୍ରା ଜଳବାୟୁ ପାଇଁ ବିନାଶକାରୀ । ଏହି ତଥ୍ୟର ୫୦ ପ୍ରତିଶତ ସମ୍ଭାବନା ଅଛି କି ବିଶ୍ୱ ମାତ୍ର ୯ ବର୍ଷରେ ୧.୫ ଡିଗ୍ରୀ ସେଲସିଅସ ହିସାବରେ ତାପମାତ୍ରା ବୃଦ୍ଧି ପାଇବ ।

ଅନୁସନ୍ଧାନକାରୀ କିଛି ଦେଶ ଏବଂ ଅଞ୍ଚଳରେ ବିଶେଷ ଭାବେ ନବୀକରଣୀୟ ବିଜୁଳି ଉତ୍ପାଦନ ବେଳେ ଅଙ୍ଗାରକାମ୍ଳ ଉତ୍ସର୍ଜନକୁ କମ କରିବାରେ ମହତ୍ତ୍ୱପୂର୍ଣ୍ଣ ପ୍ରଗତି ଦେଖିବାକୁ ମିଳିଛି । ତେବେ ଏହି ସପ୍ତାହରେ ମିଶରରେ ସିଓପି ୨୭ ଜଳବାୟୁ ପରିବର୍ତ୍ତନ ଶିଖର ସମ୍ମିଳନୀରେ ଏକାଠି ହୋଇ ବିଶ୍ୱରେ କେଉଁଭଳି ଏକ ସୁନ୍ଦର ପରିବେଶ କରାଯାଇପାରିବ ସେନେଇ ଆଲୋଚନା କରିଛନ୍ତି । ଯଦି ଆମେ ଜଳବାୟୁ ପରିବର୍ତ୍ତନର ସବୁଠାରୁ ବିନାଶକାରୀ ପ୍ରଭାବକୁ ଟାଳିବା ପାଇଁ କୌଣସି ଆଶା ରଖୁଛେ ତେବେ ମନୁଷ୍ୟକୁ ତକ୍ରାଳ ଅନେକ ଜିନିଷ ଛାଡିବାକୁ ପଡିବ । କୋଇଲା ଏବଂ ତେଲର ଉତ୍ସର୍ଜନରେ ବୃଦ୍ଧି, ଗ୍ୟାସ କାରଣରୁ ହେଉଥିବା ଉତ୍ସର୍ଜନରେ ହ୍ରାସ, ଜଙ୍ଗଲ ନଷ୍ଟକୁ ରୋକିବା ଦ୍ୱାରା ଆମେ ଅଙ୍ଗାରକାମ୍ଳ ଉତ୍ସର୍ଜନକୁ ରୋକିପାରିବା ।

ପ୍ରାରମ୍ଭିକ ସୂଚନା ଅନୁସାରେ ଅନୁସନ୍ଧାନକାରୀ ଅନୁମାନ ଲଗାଇଛନ୍ତି କୋଇଲା, ପ୍ରାକୃତିକ ଗ୍ୟାସ, ତେଲ ଏବଂ ସିମେଣ୍ଟର ଉପଯୋଗରେ ଅଙ୍ଗାରକାମ୍ଳ ଉତ୍ସର୍ଜନ ୨୦୨୧ ସ୍ତରଠାରୁ ୨୦୨୨ରେ ଏକ ପ୍ରତିଶତ ବୃଦ୍ଧି ହୋଇଛି । ବର୍ତ୍ତମାନ ଏହା ୩୬.୬ ଅରବ ଟନରେ ପହଞ୍ଚି ସାରିଛି । ଏହାର ଅର୍ଥ ୨୦୨୨ରେ ଜୀବାଷ୍ମ ଉତ୍ସର୍ଜନ ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି ଏବଂ ୨୦୧୯ରେ ମହାମାରୀ ପୂର୍ବ ସ୍ତରଠାରୁ ଏହା ସାମାନ୍ୟ ଅଧିକ ରହିଛି । ସେତେବେଳେ ଏହି ସ୍ତର ୩୬.୩ ଅରବ ଟନ ରହିଥିଲା ।

୨୦୨୨ରେ ଏକ ପ୍ରତିଶତ ବୃଦ୍ଧି ଅର୍ଥାତ ପାଖାପାଖି ୩୦ କୋଟି ମେଟ୍ରିକ ଟନ ବୃଦ୍ଧି ପରିପ୍ରେକ୍ଷୀରେ ଦେଖିବା ତେବେ ଗୋଟିଏ ବର୍ଷରେ ସାରା ବିଶ୍ୱରେ ସଡକକୁ ଆସୁଥିବା ସାତ କୋଟି କାର ସହ ସମାନ । ଗତ ଦଶକରେ ୦.୫ ପ୍ରତିଶତ ହିସାବରେ ବାର୍ଷିକ ବୃଦ୍ଧି ଘଟିଛି । ତେବେ ୨୦୦୦ ଦଶକରେ ଏହା ୨.୯ ପ୍ରତିଶତ ହିସାବରେ ବାର୍ଷିକ ବୃଦ୍ଧି ଘଟୁଥିଲା । ଗତ ୬୦ ବର୍ଷରେ ଏହା ୨.୧ ପ୍ରତିଶତ ବାର୍ଷିକ ବୃଦ୍ଧି ଦେଖାଦେଇଥିଲା ।