ଦିଲ୍ଲୀ ଏନସିଆରରେ ଅଧରାତିରେ ମୃଦୁ ଭୂମିକମ୍ପ : ରିକ୍ଟର ସ୍କେଲରେ ତୀବ୍ରତା ୪.୨; ରାଜସ୍ଥାନର ଉଲବେର ଭୂମିକମ୍ପର କେନ୍ଦ୍ରସ୍ଥଳ

55

କନକ ବ୍ୟୁରୋ : ୨୩ ଦିନ ହେବ କୃଷକ ଆନ୍ଦୋଳନକୁ ନେଇ ଦିଲ୍ଲୀରେ କମ୍ପନ ଦେଖା ଦେଇଥିବା ବେଳେ ଗତକାଲି ଅଧରାତିରେ ଦିଲ୍ଲୀ ଏନସିଆର ଅଂଚଳରେ ମୃଦୁ ଭୁମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୁମିକମ୍ପର ତିବ୍ରତା ୪ଦଶମିକ୨ ରହିଥିଲା । ଏହାର କେନ୍ଦ୍ରସ୍ଥଳ ଗୁରୁଗ୍ରାମ ଠାରୁ ୪୮କିଲୋମିଟର ଦୁର ଦକ୍ଷୀଣ ପଶ୍ଚିମରେ ଥିବା ଜଣାପଡ଼ିଛି । ଗୁରୁବାର ୧୧ଟା ୪୫ରେ ମୃଦୁ ଭୁମିକମ୍ପ ଅନୁଭୁତ ହୋଇଥିଲା। ତେବେ ଭୁମିକମ୍ପରେ କୌଣସି ଧନ ଜୀବନର କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ । ଏହା ପୂର୍ବରୁ ମଧ୍ୟ ଡ଼ିସେମ୍ବର ୨ ତାରିଖରେ ଦିଲ୍ଲୀରେ ହାଲୁକା ଭୁମିକମ୍ପ ଅନୁଭୁତ ହୋଇଥିଲା ।

ଚଳିତ ବର୍ଷ ଦିଲ୍ଲୀ ଏନସିଆରରେ ଅନେକ ଥର ଭୁମିକମ୍ପ ଅନୁଭୁତ ହେଲାଣି । ଏପ୍ରିଲ ମାସ ପରେ ପ୍ରାୟ ୧୫ରୁ ଅଧିକା ଥର ଦିଲ୍ଲୀ ଏନସିଆର ଅଂଚଳରେ ଭୁମିକମ୍ପ ହୋଇଥିବା ସୂଚନା ରହିଛି । ଏହାକୁ ନେଇ ସ୍ଥାନୀୟ ଲୋକ ଅତଙ୍କିତ ଅବସ୍ଥାରେ ରହୁଛନ୍ତି । ତେବେ ଏଭଳି ଭୁମିକମ୍ପକୁ ନେଇ ଦିଲ୍ଲୀ ଏନସିଆର ଅଂଚଳରେ ଆଗକୁ ବଡ଼ ଭୁମିକମ୍ପ ଅନୁଭୁତ ହୋଇପାରେ ବୋଲି ଆଶଙ୍କା କରୁଛନ୍ତି ବୈଜ୍ଞାନିକ ମାନେ ।
ଜଳବାୟୁ ପରିବର୍ତ୍ତନ ଫଳରେ ବାରମ୍ବାର ଦେଶରେ ଭୂକମ୍ପ ଅନୁଭୂତ ହେଉଥିବା ନଜରକୁ ଆସିଛି । ଏହା ଦ୍ୱାରା ସାରା ଦେଶର ଲୋକେ ଏହାକୁ ନେଇ ଭୟଭୀତ ଅଛନ୍ତି ।