ଅନ୍ଧାର ହେଲା ସାରା ବିଶ୍ୱ, ଲିଭିଗଲା ଆଲୁଅ । ସବୁଠି ପାଳିତ ହେଉଛି ଆର୍ଥ ଆୱାର

407

କନକ ବ୍ୟୁରୋ: ପୃଥିବୀ ପାଇଁ ଗୋଟିଏ ଘଣ୍ଟା । ଅନ୍ଧାର ହେଇଗଲା ପୃଥିବୀ । ଆଜି ରାତି ସାଢ଼େ ୮ଟାରୁ ସାଢ଼େ ୯ଟା ପର୍ଯ୍ୟନ୍ତ ଗୋଟିଏ ଘଣ୍ଟା ପାଇଁ ସାରା ବିଶ୍ୱରେ ପାଳିତ ହେଉଛି ଆର୍ଥ ଆୱାର । ଜଳବାୟୁ ପରିବର୍ତ୍ତନର ଆହ୍ୱାନ ଏବଂ ଶକ୍ତି ସଞ୍ଚୟର ବାର୍ତା ନେଇ ଆର୍ଥ ଆୱାର ପାଳିତ ହେଉଛି । ଏହି ଅଭିଯାନକୁ ସମର୍ଥନ କରି ନିଜ ଘରେ ଓ ଅଫିସ କାର୍ଯ୍ୟାଳୟ ଗୁଡ଼ିକରେ ଗୋଟିଏ ଘଣ୍ଟା ପାଇଁ ବିଜୁଳି ବନ୍ଦ ରଖିବା ପାଇଁ ଆହ୍ୱାନ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନବୀନ ନିବାସର ଆଲୁଅ ବନ୍ଦ ରଖିବେ ବୋଲି ଟୁଇଟ କରି ସୂଚନା ଦେଇଛନ୍ତି । ସେହିପରି ଏହି ଅଭିଯାନରେ ସାମିଲ ହେବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସୂଚନାଯୋଗ୍ୟ ଯେ, ପ୍ରତିବର୍ଷ ମାର୍ଚ୍ଚ ମାସର ଅନ୍ତିମ ଶନିବାର ଏହି ଆର୍ଥ ଆୱାର ପାଳିତ ହୋଇଆସୁଛି । ଯେଉଁଥିରେ ବିଶ୍ୱର ୧୯୦ରୁ ଅଧିକ ଦେଶ ସାମିଲ ହୋଇଛନ୍ତି ।