ପୃଥିବୀ ଦିବସ ୨୦୧୮ : ‘ ପୃଥିବୀ ଦିବସ’ ସହିତ ଜଡିତ କିଛି ବିଶେଷ ତଥ୍ୟ, ଆପଣ ଜାଣିବା ନିହାତି ଜରୁରୀ

86

ଆଜି ସମଗ୍ର ବିଶ୍ୱରେ ‘ଆର୍ଥ ଡେ’ ଅର୍ଥାତ ‘ପୃଥିବୀ ଦିବସ’ ପାଳନ କରାଯାଉଛି । ପରିବେଶ ସଂରକ୍ଷଣକୁ ପ୍ରୋତ୍ସାହନ ଦେବା ଓ ଧରଣୀକୁ ଧନ୍ୟବାଦ ଜଣାଇବା ପାଇଁ ଏହି ଦିନକୁ ଆଜିର ଦିନରେ ପାଳନ କରାଯାଏ । ଆଜିର ଦିନରେ ପୃଥିବୀର ଧୈର୍ଯ୍ୟକୁ ମନେ ପକାଯାଏ, ଯିଏ ଏହି ଦୁନିଆର ବୋଝକୁ ଟେକି ରଖିଛି ।

ଆସନ୍ତୁ ଜାଣିବା ପୃଥିବୀ ଦିବସ ବିଷୟରେ………

• ବିଶ୍ୱରେ ପୃଥିବୀ ଦିବସ ୨୨ ଏପ୍ରିଲକୁ ପାଳନ କରାଯାଏ ।

• ପ୍ରତିବର୍ଷ ସମଗ୍ର ବିଶ୍ୱରେ ପୃଥିବୀ ଦିବସ ୨୨ ଏପ୍ରିଲକୁ ପାଳନ କରାଯାଏ ।

• ପୃଥିବୀ ଦିବସର ସ୍ଥାପନା ଆମେରିକୀୟ ସିନେଟର ଜେରାଲ୍ଡ ନେଲସନ ଦ୍ୱାରା ୧୯୭୦ରେ ଏକ ପରିବେଶ ଭିତ୍ତିକ ଶିକ୍ଷା ରୂପରେ କରାଯାଇଥିଲା ।

• ପୃଥିବୀକୁ ପ୍ରଦୂଷଣ ମୁକ୍ତ ରଖିବା ଆନ୍ଦୋଳନରେ ସଂକଳ୍ପ ନିଆଗଲା କି ପୃଥିବୀକୁ ନଷ୍ଟ ହେବାରୁ ରକ୍ଷା କରାଯିବ ଏବଂ ଏମିତି କୈାଣସି କାମ କରାଯିବନି ଯଦ୍ୱାରା ପରିବେଶକୁ କ୍ଷତି ପହଂଚିବ ।

• ଏହି ଆନ୍ଦୋଳନର ଉଦ୍ଦେଶ୍ୟ ପୃଥିବୀକୁ ପ୍ରଦୂଷଣ ମୁକ୍ତ ରଖିବା ।

• ଏହି ଅଭିଯାନ ବର୍ଷ ୨୦୦୦ରେ ବିଶ୍ୱରେ ବ୍ୟାପକ ହୋଇଥିଲା ।

• ଆମେରିକା ‘ପୃଥିବୀ ଦିବସ’କୁ ‘ବୃକ୍ଷ ଦିବସ’ ଭାବେ ପାଳନ କରେ ।

• ଏହି ଅଭିଯାନ ୨୦୦୦ ମସିହାରେ ବିଶ୍ୱରେ ବ୍ୟାପକ ହୋଇଗଲା କାହିଁକିନା ଏହି ସମୟରେ ଲୋକ ଇଣ୍ଟରନେଟ ଜରିଆରେ ପୃଥିବୀ ଦିବସ ସହିତ ଯୋଡି ହୋଇଗଲେ ।

• ପ୍ରଥମେ ସମଗ୍ର ଦୁନିଆରେ ଦୁଇ ଦିନ( ୨୧ ମାର୍ଚ୍ଚ ଓ ୨୨ ଏପ୍ରିଲ) ପୃଥିବୀ ଦିବସ ପାଳନ କରାଯାଉଥିଲା ।

• ପୃଥିବୀ ଦିବସର ଉଦ୍ଦେଶ୍ୟ ହେଉଛି ସାଧାରଣ ଲୋକଙ୍କୁ ବୁଝାଇବା ଯେ ସେମାନେ ପଲିଥିନ ଓ କାଗଜର ବ୍ୟବହାର ନକରନ୍ତୁ, ଗଛ ଲଗାନ୍ତୁ ।

• ପୃଥିବୀର ବୟସ ୪.୫୪ ଅରବ ବର୍ଷ ।

• ଏହାର ଓଜନ ୫୯୭୨୧୯୦୦୦୦୦୦୦୦୦୦ ଅରବ କିଲୋଗ୍ରାମ । ସୂର୍ଯ୍ୟ ଠାରୁ ଏହାର ଦୂରତା ୧୪୯,୫୦୦,୦୦୦ କିମି ।