କନକ ବ୍ୟୁରୋ : ମୋବାଇଲ୍, ଭିଡିଓ ଗେମ୍ ଆଦି ଜିନିଷରେ ଆଜିର ଯୁବପୀଢିଙ୍କ ଋଚି ବଢିବାରେ ଲାଗିଛି । ଆଜିକାଲି ପିଲା ଆଉ ବାହାରେ କ୍ରିକେଟ୍, ବାସକେଟ୍ ବଲି, ଫୁଟବଲ୍ କି ଭଲିବଲ୍ ଖେଳିବାକୁ ପସନ୍ଦ କରୁନାହାନ୍ତି । ଘରେ ବସି ମୋବାଇଲରେ ଗେମ୍ ଖେଳିବାକୁ ପସନ୍ଦ କରୁନ୍ତି । ଯାହାକି ପିଲାଙ୍କ ମାନସିକ ସ୍ଥିତି ଉପରେ ପ୍ରଭାବ ପକାଉଛି । ଆଉ ବାପା ମାଆଙ୍କ ଚିନ୍ତା ବଢୁଛି । କିନ୍ତୁ ବର୍ତ୍ତମାନ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ଜଣେ ୧୭ବର୍ଷର ଏକ ଯୁବକ ଗେମ୍ ଖେଳି ଲକ୍ଷାଧିକ ଟଙ୍କା କମାଉଛନ୍ତି ।

Advertisment

ମାସନ୍ ବ୍ରିଷ୍ଟୋ... ଏହି ୧୭ ବର୍ଷିୟ ଯୁବକଙ୍କୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି । ଏହି ଯୁବକ ଜଣକ ଅନାଲାଇରେ ଭିଡିଓ ଗେମ୍ ଖେଳି ଲକ୍ଷପତି ବନିଯାଇଛନ୍ତି । ଗେମ୍ ଖେଳି ରୋଜଗାର କରୁଥିବା ଟଙ୍କାରେ ସେ ନିଜର ପାଠ ପଢା ଖର୍ଚ୍ଚ ଉଠାଇବା ସହ ଅନ୍ୟାନ୍ୟ ସୌକ୍ ପୂରା କରୁଛନ୍ତି । ତାଙ୍କ ବାପା ମାଆ ବି ତାଙ୍କୁ ଅନଲାଇନ୍ ଗେମ୍ ଖେଳିବାକୁ ପ୍ରୋତ୍ସାହିତ କରୁଛନ୍ତି । ତେବେ ଆସନ୍ତୁ ଜାଣିବା ସେ କେଉଁପ୍ରକାର ଗେମ୍ ଖେଳି ଏତେ ଟଙ୍କା ରୋଜଗାର କରୁଛନ୍ତି ଏବଂ ତାଙ୍କ ସୌକ ପୂରା କରୁଛନ୍ତି...

ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ମାସନ୍ ବ୍ରିଷ୍ଟୋ ୨୦୧୮ରୁ ଅନଲାଇନ୍ ଗେମ୍ ଖେଳିଆସୁଛନ୍ତି । ସେ ବିଭିନ୍ନ ପ୍ରକାର ଅନଲାଇନ୍ ଗେମ୍ ଖେଳିଥାନ୍ତି । କିନ୍ତୁ ବର୍ତ୍ତମାନ ସେ ଯେଉଁ ଗେମ୍ ଖେଳି ଲକ୍ଷାଧିକ ଟଙ୍କା କମାଉଛନ୍ତି ସେହି ଗେମର ନାଁ ହେଉଛି ଆରଇସି-ରୁମ୍ ଗେମ୍ । ଏହା ଏକ ଶୁଳ୍କ ମଲ୍ଟିପ୍ଲେୟର ଗେମ୍ ଅଟେ । ଏହି ଗେମରେ ଭର୍ଚ୍ଚୁଆଲ୍ ରୁମ୍ ବନାଇପାରିବେ । ଏବଂ ଦୁନିଆରେ ଅନେକ ବଡ ବଡ ଗେମର୍ସଙ୍କ ସହ ଯୋଡି ହୋଇପାରିବେ । ଆଉ ଏହି ଆରଇସି-ରୁମ୍ ଗେମରେ ମାସନ୍ ବିଷ୍ଟୋ କଂଟେଣ୍ଟ୍ କ୍ରିଏଟ୍ କରିଥାନ୍ତି । ଆଉ ଏଥିରୁ ଲକ୍ଷାଧିକ ଟଙ୍କା ରୋଜଗାର କରିଥାନ୍ତି । ବର୍ତ୍ତମାନ ସେ କେଇ ମାସ ମଧ୍ୟରେ ଗେମ୍ ଖେଳି ୧୭ହଜାର୍ ପାଉଣ୍ଡ ବା ଭାରତୀୟ ମୁଦ୍ରା ହିସାବରେ ପାଖାପାଖି ୧୮ଲକ୍ଷ ଟଙ୍କା ରୋଜଗାର କରିଛନ୍ତି । ଗେମରୁ ରୋଜଗାର କରୁଥିବା ଟଙ୍କାରେ ସେ ନିଜର ପାଠପଢା ଖର୍ଚ୍ଚ ଉଠାଇବା ସହ ବୁଲାବୁଲି କରିବା, ନିଜ ପାଇଁ ଜୋତା ଏବଂ ପୋଷାକ କିଣିବା ଆଦିରେ ଖର୍ଚ୍ଚ କରିଥାନ୍ତି । କିନ୍ତୁ ମାସନ ଏକ ଭୟଙ୍କର ରୋଗରେ ପୀଡିତ ଅଛନ୍ତି ।

ଡିସ୍ଲେକ୍ସିଆ ନାମକ ଏକ ରୋଗରେ ପୀଡିତ ଅଛନ୍ତି ମାସନ୍ । ଏହି ରୋଗ ହେଲେ ମଣିଷ ତା’ର ସ୍ମରଣ ଶକ୍ତି ହରାଇବସିଥାଏ । ମନେ ରହିଖିବା ଏବଂ ବୁଝିବାର କ୍ଷମତା କମିଯାଇଥାଏ । ତଥାବି ଏହି ରୋଗକୁ ମାତ୍ ଦେଇ ଅନଲାଇନ୍ ଗେମ୍ ଦୁନିଆରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ମାସନ୍ । ତେବେ ଏନେଇ ମାସନ୍ କୁହନ୍ତି, ଯେବେ ମତେ ପ୍ରଥମ ପେମଣ୍ଟ୍ ମିଳିଲା ସେତେବେଳେ ମୁଁ ସମ୍ପୁର୍ଣ୍ଣ ଡରିଯାଇଥିଲି । କୌଣସି ଠକାମୀର ଶିକାର ହୋଇନଯାଏ ସେନେଇ ଭୟଭିତ ଥିଲି । କିନ୍ତୁ ଯେତେବେଳେ ପ୍ରଥମ ଟଙ୍କା ମିଳିଲା ସେତେବେଳେ ମୁଁ ବହୁତ ଖୁସି ମଧ୍ୟ ହୋଇଥିଲି । କାହିଁକିନା, ମୋ ବ୍ୟାଙ୍କ୍ ଖାତାରେ ସେବେଯାଏଁ ଏତେ ଟଙ୍କା କେବେବି ଜମା ହୋଇନଥିଲା ।