ଫିଲ୍ମ ଦେଖିଲେ ମିଳିବ ଟଙ୍କା, ରେକର୍ଡ ହେବ ହାର୍ଟ ବିଟ୍

418

କନକ ବ୍ୟୁରୋ: ଫିଲ୍ମ ଦେଖିଲେ ମିଳିବ ଟଙ୍କା । ୧୩ଟି ହରର ଫିଲ୍ମ ଦେଖିଲେ ଦର୍ଶକଙ୍କୁ ଏକ କମ୍ପାନୀ ଦେବ ୯୫୦୦୦ ଟଙ୍କା । କାହିଁକି କମ୍ପାନୀ ଦେଉଛି ଟଙ୍କା ।ଏଥିପାଇଁ କିପରି କରିବେ ଆବେଦନ?

ଫିଲ୍ମ ଦେଖିବାକୁ ଆବଶ୍ୟକ ପଡିଲେ ବ୍ଲାକ୍ ଟିକେଟ କରାଯାଉଥିବାବେଳେ ଓଲଟି ଫିଲ୍ମ ଦେଖିଲେ ଟଙ୍କା ପାଇବା କଥାଟା ଅଡୁଆ ଲାଗୁଛି । ତଥାପି କଥାଟା ସତ । ଦୁନିଆରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଫିଲ୍ମ ଦେଖିବା ସୌକିନ୍ । ସେମାନଙ୍କ ଭିତରେ ଅଛନ୍ତି ବିଭିନ୍ନ କ୍ୟାଟାଗରିର ଦର୍ଶକ । କିଛି ରୋମାଣ୍ଟିକ୍ ଫିଲ୍ମ ଦେଖିବାକୁ ପସନ୍ଦ କରୁଥିବାବେଳେ କିଛି ହରର ମୁଭିଜ୍ ପସନ୍ଦ କରନ୍ତି । ହେଲେ ହରର ଫିଲ୍ମ ଦେଖିବା ସମୟ ଆସିଲେ ଭୟରେ ଥରନ୍ତି । ଭୟ କଲେ ବି ଏହି ଟ୍ରେଣ୍ଡର ମୁଭିଜ୍ ସେମାନଙ୍କର ପ୍ରଥମ ପସନ୍ଦ । ଆଉ ହରର ମୁଭିଜ୍କୁ ପସନ୍ଦ କରୁଥିବା ଦର୍ଶକଙ୍କ ପାଇଁ ଏବେ ସୁବର୍ଣ୍ଣ ସୁଯୋଗ ।ଆପଣ ବି ଫିଲ୍ମ ଦେଖି ଟଙ୍କା ରୋଜଗାର କରିପାରିବେ । ଅସଲ କଥା ହେଉଛି ,ଫାଇନାନ୍ସ ବଜ୍ ନାମକ ଏକ କମ୍ପାନୀ ଏପରି ଦର୍ଶକଙ୍କୁ ଖୋଜୁଛି ଯିଏ ୧୩ ଟି ହରର୍ ଫିଲ୍ମ ଦେଖିବେ । ଏହି ସମୟରେ କମ୍ପାନୀ ଏକ ଫିଟ୍ ବ୍ୟାଣ୍ଡ ମାଧ୍ୟମରେ ଫିଲ୍ମ ଦେଖୁଥିବା ବ୍ୟକ୍ତିଙ୍କ ହୃତସ୍ପନ୍ଦନ ମନିଟର କରିବ । ଏବଂ ସର୍ଭେ କରିବ ଯେ କେଉଁ ବଜେଟର ହରର ଫିଲ୍ମ ଲୋକଙ୍କୁୁ ବେଶି ଭୟଭୀତ କରୁଛି ।ବଡ ବଜେଟର ହରର ଫିଲ୍ମ ଲୋକଙ୍କୁ ଭୟଭୀତ କରୁଛି ନାଁ କମ୍ ବଜେଟର ଫିଲ୍ମ । ଏପରି ଭାବରେ କମ୍ପାନୀ ଜାଣିବାକୁ ପାଇବ ଯେ ହରର ଚଳଚ୍ଚିତ୍ର ନିର୍ମାଣରେ ଯେତିକି ଟଙ୍କା ବିନିଯୋଗ କରାଯାଉଛି ତାହା ପ୍ରକୃତରେ ଠିକ୍ କି ନୁହେଁ । ଏହାଦ୍ୱାରା ଫିଲ୍ମ ପଯୋଜକଙ୍କୁ ମଧ୍ୟ ବଜେଟ ଅନୁସାରେ ହରର ଫିଲ୍ମ ନିର୍ମାଣ କରିବାକୁ ମାର୍ଗଦର୍ଶନ ମିଳିବ । ୧୩ଟି ଫିଲ୍ମ ତାଲିକାରେ ରହିଛି ହଲିଉଡ୍ ହରର ଫିଲ୍ମ-ସ,ଏମିଟେବଲ୍ ହରର୍, ଏ କ୍ୱାଇଟ୍ ପ୍ଲେସ୍, ଏ କ୍ୱାଇଟ୍ ପ୍ଲେସ୍ ପାର୍ଟ -୨, କ୍ୟାଣ୍ଡିମ୍ୟାନ୍, ଇନସାଇଟସ୍, ସ ବ୍ଲେୟର୍ ବିଚ୍ ପ୍ରୋଜେକ୍ଟ, ସିନିଷ୍ଟର, ଗେଟ୍ ଆଉଟ୍, ଦ ପର୍ଜ, ହ୍ୟାଲୋଇନ୍, ପାରାନର୍ମାଲ ଆକ୍ଟିଭିଟି, ଓ ଏନାବଲ୍ ।ଫାଇନାନ୍ସ ବଜ୍ କମ୍ପାନୀ କହିଛି ଯେ, ଯିଏ ଚଳଚ୍ଚିତ୍ର ଦେଖିବାକୁ ମନୋନୀତ ହେବେ ତାଙ୍କୁ ଏକ ଫିଟ ବ୍ୟାଣ୍ଡ ଦିଆଯିବ, ଯାହା ମାଧ୍ୟମରେ ତାଙ୍କ ହାର୍ଟ ବିଟ୍ ମନିଟରିଙ୍ଗ କରରାଯିବ । ଏହି ଚଳଚ୍ଚିତ୍ର ଦେଖିବା ପରେ ଚଳଚ୍ଚିତ୍ର ଦେଖିବା ସମୟରେ ଖାଦ୍ୟ ଓ ପାନୀୟ ବାବଦରେ ତାଙ୍କୁ ୯୫ ହଜାର ଟଙ୍କାତା ଠାରୁ ଅଧିକ ଟଙ୍କା ମିଳିବ ।ଏବେ ପ୍ରଶ୍ନ ଉଠୁଛି ଏଥିପାଇଁ ଆବେଦନ କରିବେ କିପରି?

କମ୍ପାନୀ ଏଥିପାଇଁ ଏକ ୱେବସାଇଟରେ ଫର୍ମ ଜାରି କରିଛି, ଯାହାକୁ ପ୍ରଥମେ ପୂରଣ କରିବାକୁ ପଡିବ । ଏହା ମଧ୍ୟରୁ ଦର୍ଶକଙ୍କୁ କମ୍ପାନୀ ଚୟନ କରିବ ।ଏହି ଫର୍ମ କେବଳ ସେପ୍ଟେମ୍ବର ୨୬ ସୁଦ୍ଧା ପୂରଣ କରାଯାଇପାରିବ । ଅକ୍ଟୋବର ୧ ସୁଦ୍ଧା ପ୍ରାର୍ଥୀ ଚୟନ କରାଯିବ । ଏବଂ ଇମେଲ ଦ୍ୱାରା ଯୋଗାଯୋଗ କରାଯିବ । ଅକ୍ଟୋବର ୪ ସୁଦ୍ଧା କମ୍ପାନୀ ଫିଟବ୍ୟାଣ୍ଡ ପଠାଇବ ।ଅକ୍ଟୋବର ୯ରୁ ୧୮ ଯାଏ ଫିଲ୍ମ ଦେଖି ରିପୋର୍ଟ ପ୍ରସ୍ତୁତ କରାଯିବ । ତେବେ ପ୍ରାର୍ଥୀ କେବଳ ଆମେରିକାର ହୋଇଥିବା ଜରୁରୀ ।