SBIର ଫେଲୋସିପ ପ୍ରୋଗାମ ! ପ୍ରତିମାସ ପାଇବେ ୧୫ ହଜାର ଟଙ୍କା, ଭାଗ ନେବା ପାଇଁ ତୁରନ୍ତ କରନ୍ତୁ ଆବେଦନ ।

58

ଭାରତୀୟ ଷ୍ଟେଟ ବ୍ୟାଙ୍କ ପ୍ରତି ବର୍ଷ ଏକ ୟୁଥ ଫେଲୋସିପ ଦେଇଥାଏ । ଏହି ଫେଲୋସିପ ଜରିଆରେ ଆପଣ ପ୍ରତି ମାସ ୧୫୦୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବେ । ଆପଣ ପିଲାମାନଙ୍କୁ ପାଠ ପଢାଇବାରେ ମାହିର ଅଟନ୍ତି ଅଥବା ଆପଣ ଗ୍ରାମାଞ୍ଚଳରେ କାମ କରିବାକୁ ଭଲ ପାଆନ୍ତି, ତେବେ ଏହି ଫେଲୋସିପ ଆପଣଙ୍କ ପାଇଁ ହିଁ ଉଦ୍ଦିଷ୍ଟ ଅଟେ । ଯଦି ଆପଣ ଏହି କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ତେବେ ଆପଣଙ୍କୁ ପ୍ରତି ମାସ ୧୫୦୦୦ ଟଙ୍କାର ଷ୍ଟାଇପେଣ୍ଡ ଦିଆଯିବାର ଯୋଜନା ରହିଛି । ଏହା ସହ ଆପଣଙ୍କୁ ପ୍ରତି ୧୦୦୦ ଟଙ୍କା ଲୋକାଲ ଟ୍ରାଭେଲିଙ୍ଗ ଆଲାଉନ୍ସ ଆଧାରରେ ମିଳିବ । ତେବେ ପ୍ରୋଗାମ ଶେଷ ହେବା ପରେ ଆପଣଙ୍କୁ ଆହୁରି ୩୦୦୦୦ ଟଙ୍କା ଦିଆଯିବ ।


SBI ପ୍ରତିବର୍ଷ ‘SBI ୟୁଥ ଫେଲୋସିପ’ ଦେଇଥାଏ । ଏହି ଫେଲୋସିପର ନାମ ହେଉଛି ‘ୟୁଥ ଫର ଇଣ୍ଡିଆ’ । ଏହି ଆଧାରରେ ଆପଣଙ୍କୁ ଗ୍ରାମାଞ୍ଚଳରେ କାମ କରିବାର ସୁଯୋଗ ମିଳିବ । ଆପଣଙ୍କୁ ଯେଉଁ କାମର ଦାୟିତ୍ୱ ମିଳିବ, ସେଥିପାଇଁ ଆପଣଙ୍କୁ ଟ୍ରେନିଙ୍ଗ ମଧ୍ୟ ଦିଆଯିବ । ଏହି ଫେଲୋସିପରେ ଆପଣ ବେସରକାରୀ ସଂସ୍ଥା ଗୁଡିକ ସହ କାମ କରିବେ । ଏହି ସମୟରେ ଆପଣ ଗାଁ ଗୁଡିକରେ ଅନେକ କାମ କରିପାରିବେ । ଏଥିରେ ଛୋଟ ପିଲାମାନଙ୍କୁ ପାଠ ପଢାଇବା ଠାରୁ ଆରମ୍ଭ କରି ଅନ୍ୟ କେତେକ କାର୍ଯ୍ୟରେ ସାହାଯ୍ୟ କରିବା ଭଳି କାମ ସାମିଲ ଅଛି ।

ପ୍ରତି ମାସ ୧୫୦୦୦ ଟଙ୍କା ଷ୍ଟାଇପେଣ୍ଡ ସହ ଆପଣଙ୍କୁ ମେଡିକାଲ ଇନ୍ସୁରାନ୍ସ ମଧ୍ୟ ମିଳିବ । ଏହି ପ୍ରୋଗାମରେ ଭାଗ ନେବାକୁ ହେଲେ ଆପଣ ଗ୍ରାଜୁଏଟ କିମ୍ବା ପ୍ରଫେସନାଲ ହୋଇଥିବା ନିତ୍ୟାନ୍ତ ଆବଶ୍ୟକ । ଏହା ସହ ଆପଣ ବୟସ ୨୧ରୁ କମ ଏବଂ ୩୨ରୁ ଅଧିକ ନେହାଇଥିବା ଆବଶ୍ୟକ ।

ଏଭଳି କରନ୍ତୁ ଆବେଦନ :

SBIର ଏହି ପ୍ରୋଗାମରେ ଭାଗ ନେବାକୁ ହେଲେ ତୁରନ୍ତ ଆପ୍ଲିକେସନ ଦାଖଲ କରନ୍ତୁ । ଏହି ଫେଲୋସିପ ପାଇଁ ଆବେଦନ କରିବାର ଅନ୍ତିମ ତାରିଖ ହେଉଛି ଜୁନ ୫ ତାରିଖ । ଏହି ସମ୍ପର୍କରେ ଅଧିକ ସୂଚନା ପାଇଁ ଆପଣ https://youthforindia.org ରେ ଲଗ ଇନ କରନ୍ତୁ ।