ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି କାନ । କାରଣ ଏହା ଦ୍ୱାରା ଆମେ ଶୁଣିପାରୁ। କାନର ସବୁଠାରୁ ସମ୍ବେଦନଶୀଳ ଅଂଶ ପର୍ଦ୍ଦା ବା (ଇୟର ଡ୍ରମ )। ଏଥିରେ ଟିକିଏ ଆଘାତ ଲାଗିଲେ ତ, ଆପଣ ବଧିର ବା କାଲା ହୋଇଯିବାର ମଧ୍ୟ ଆଶଙ୍କା ରହିଥାଏ। ତେବେ ଏହା ବ୍ୟତୀତ ମଧ୍ୟ ଏପରି ବହୁତ ଗୁଡ଼ିଏ କାରଣ ଅଛି, ଯାହା କି ଆପଣଙ୍କୁ ବଧିର ବନେଇଥାଏ। ଆସନ୍ତୁ ଜାଣିବା ସେସବୁ ବିଷୟରେ।
କାନର ଠିକ ଭାବରେ ଯତ୍ନ ନ ନେବା ଯୋଗୁଁ ଏହା ମଧ୍ୟରେ ସଂକ୍ରମଣ ହୋଇଥାଏ, ଯାହାକି ବ୍ୟକ୍ତି ବଧିରତାର ଅନ୍ୟତମ ପ୍ରମୁଖ କାରଣ। ୧୨୫ ଡ଼େସିବଲ ଉପରକୁ ମାଇକ ରଖି ଲଗାତାର ଭାବରେ ଉଚ୍ଚ ସ୍ୱରରେ ଗୀତ ଶୁଣିବା ବି ମଧ୍ୟ ଆପଣଙ୍କର ବଧିର ହେବାର କାରଣ ହୋଇଥାଏ।
ନ୍ୟୁରୋମା,ପୈରାଗୈଙ୍ଗିଲୟୋମା ଏବଂ ମେନିଂଜିୟୋଗା ଭଳି ଟ୍ୟୁମର କାରଣକୁ ନେଇ ମଧ୍ୟ ଅନେକ ଥର କାନକୁ ଶୁଣାଯିବା ମଧ୍ୟ ବନ୍ଦ ହୋଇଥାଏ। ଏହାବ୍ୟତୀତ ବୟସର ବୃଦ୍ଧି ଯୋଗୁଁ ମଧ୍ୟ କାନର ଶିରାଗୁଡ଼ିକ ଦୁର୍ବଳ ହେବାକୁ ଲାଗିଥାଏ। ଏହାଯୋଗୁଁ ମଧ୍ୟ ବ୍ୟକ୍ତ ବଧିର ହୋଇଥାଏ।ଏହା ଛଡ଼ା କାନ ମଧ୍ୟରେ ଲମ୍ବା ସମୟ ଧରି ମଇଳା ଜମି ରହିବା ବି ବ୍ୟକ୍ତି ବଧିର ହେବାର କାରଣ ହୋଇଥାଏ।
ତେବେ ଡ଼ାଇବେଟିସ କାରଣକୁ ନେଇ ବ୍ୟକ୍ତିଠାରେ ଦେଖାଯାଉଥିବା ନ୍ୟୁରୋପଥି ସମସ୍ୟା ପାଇଁ ବି ବଧିର ହେବାର ଆଶଙ୍କା ରହିଥାଏ।ଇଅର ଫୋନକୁ ଲମ୍ବା ସମୟ ଧରି ବ୍ୟବହାର କରିବା ଦ୍ୱାରା ବ୍ୟକ୍ତି ବଧିର ହେବାର ସମ୍ଭାବନା ରହିଥାଏ।