କନକ ବ୍ୟୁରୋ : ଭାରତରେ ହୋଇପାରେ ୨୦୩୬ ଅଲିମ୍ପିକ୍ସ । ଅଲିମ୍ପିକ୍ସ ଆୟୋଜନ କରିବାକୁ ଆନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରସ୍ତାବ । ଅଲିମ୍ପିକ୍ସ ଆୟୋଜନ କରିବା ୧୪୦ କୋଟି ଭାରତୀୟଙ୍କ ସ୍ୱପ୍ନ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ମୁମ୍ବାଇରେ ଆୟୋଜିତ ହୋଇଥିବା ଆନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି ବୈଠକରେ ଯୋଗଦେଇ ମୋଦୀ ଏଭଳି ପ୍ରସ୍ତାବ ଦେଇଛନ୍ତି ।

Advertisment

୨୦୩୬ ଅଲିମ୍ପିକ୍ସ ପୂର୍ବରୁ ୨୦୨୯ ୟୁଥ ଅଲିମ୍ପିକ୍ସ ଆୟୋଜନ କରିବାକୁ ଭାରତ ଆଗ୍ରହୀ ଥିବା ମୋଦୀ କହିଛନ୍ତି । ଏବଂ ଆନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି ଏଥିପାଇଁ ଭାରତକୁ ସମର୍ଥନ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏଥିସହ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ ପ୍ରସ୍ତାବକୁ ଆନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି ଗ୍ରହଣ କରିଥିବାରୁ ମୋଦୀ ସ୍ୱାଗତ ଜଣାଇଛନ୍ତି । ଜି-୨୦ ସମ୍ମିଳନୀ ଆୟୋଜନ ପରେ ବିଶ୍ୱରେ ଭାରତର ବଢୁଛି ପ୍ରଭାବ ।