ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ କପି ଯୋଗାଇ ନିଲମ୍ବିତ ହେଲେ ଶିକ୍ଷକ । ବରଗଡ଼ ଗାଇସିଲେଟ ବ୍ଲକ ଫିରିଙ୍ଗିମାଲ ପଞ୍ଚାୟତ ହାଇସ୍କୁଲର ଘଟଣା । 

607

କନକ ବ୍ୟୁରୋ: ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ କପି ଯୋଗାଇ ନିଲମ୍ବିତ ହୋଇଛନ୍ତି ଜଣେ ଶିକ୍ଷକ  । ବରଗଡ଼ ଗାଇସିଲେଟ ବ୍ଲକ ଫିରିଙ୍ଗିମାଲ ପଂଚାୟତ ହାଇସ୍କୁଲର ସହକାରୀ ଶିକ୍ଷକ ଛେଲିଆ ପୋଢ଼ଙ୍କୁ ନିଲମ୍ବିତ କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ  ।

ଫେବ୍ରୁଆରୀ ୨୬ରେ  ମାଟ୍ରିକ ପରୀକ୍ଷା ଚାଲିଥିବା ବେଳେ ବେଆଇନ ଭାବେ ପରୀକ୍ଷା କେନ୍ଦ୍ରକୁ ଯିବା ସହ କବାଟ ପାଖରେ ରହି ପିଲାମାନଙ୍କୁ ଉତର କହୁଥିଲେ ଶିକ୍ଷକ  । ଏହି ସମୟରେ ସ୍କୁଲକୁ ସୁପରଭାଇଜର ଭାବେ ଆସିଥିବା ବେଳେ ଶିକ୍ଷକ ଛେଲିଆ ପୋଢ଼ଙ୍କୁ ଧରିଥିଲେ ତହସିଲଦାର  । ଏନେଇ ଜିଲ୍ଲାପାଳଙ୍କୁ ରିପୋର୍ଟ ଦିଆଯିବା ପରେ ତାଙ୍କୁ ନିଲମ୍ବିତ କରାଯାଇଛି  । ତେବେ ଶିକ୍ଷକ ଜଣକ ପରୀକ୍ଷା କେନ୍ଦ୍ର ଭିତରକୁ କିଭଳି ଗଲେ ? ତାଙ୍କୁ ଭିତରକୁ ଯିବାକୁ କିଏ ଅନୁମତି ଦେଲା ? ଶିକ୍ଷକ ପ୍ରଶ୍ନପତ୍ର କେଉଁଠୁ ପାଇଲେ ? ଏ ସବୁର ତଦନ୍ତ ହେବା ଆବଶ୍ୟକ  ।