କନକ ବ୍ୟୁରୋ: ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ କପି ଯୋଗାଇ ନିଲମ୍ବିତ ହୋଇଛନ୍ତି ଜଣେ ଶିକ୍ଷକ । ବରଗଡ଼ ଗାଇସିଲେଟ ବ୍ଲକ ଫିରିଙ୍ଗିମାଲ ପଂଚାୟତ ହାଇସ୍କୁଲର ସହକାରୀ ଶିକ୍ଷକ ଛେଲିଆ ପୋଢ଼ଙ୍କୁ ନିଲମ୍ବିତ କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ।
ଫେବ୍ରୁଆରୀ ୨୬ରେ ମାଟ୍ରିକ ପରୀକ୍ଷା ଚାଲିଥିବା ବେଳେ ବେଆଇନ ଭାବେ ପରୀକ୍ଷା କେନ୍ଦ୍ରକୁ ଯିବା ସହ କବାଟ ପାଖରେ ରହି ପିଲାମାନଙ୍କୁ ଉତର କହୁଥିଲେ ଶିକ୍ଷକ । ଏହି ସମୟରେ ସ୍କୁଲକୁ ସୁପରଭାଇଜର ଭାବେ ଆସିଥିବା ବେଳେ ଶିକ୍ଷକ ଛେଲିଆ ପୋଢ଼ଙ୍କୁ ଧରିଥିଲେ ତହସିଲଦାର । ଏନେଇ ଜିଲ୍ଲାପାଳଙ୍କୁ ରିପୋର୍ଟ ଦିଆଯିବା ପରେ ତାଙ୍କୁ ନିଲମ୍ବିତ କରାଯାଇଛି । ତେବେ ଶିକ୍ଷକ ଜଣକ ପରୀକ୍ଷା କେନ୍ଦ୍ର ଭିତରକୁ କିଭଳି ଗଲେ ? ତାଙ୍କୁ ଭିତରକୁ ଯିବାକୁ କିଏ ଅନୁମତି ଦେଲା ? ଶିକ୍ଷକ ପ୍ରଶ୍ନପତ୍ର କେଉଁଠୁ ପାଇଲେ ? ଏ ସବୁର ତଦନ୍ତ ହେବା ଆବଶ୍ୟକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/03/bargarh.jpg)