ଭୋଟ ଗଣତି ପାଇଁ ପ୍ରଶିକ୍ଷଣ। ୨ଟି ପର୍ଯ୍ୟାୟରେ ଦିଆଯିବ ତାଲିମ। ଖରାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଭୋଟ ଗଣତି କେନ୍ଦ୍ରରେ ଲାଗିବ ଏୟାର କଣ୍ଡିସନର

୧୧ ଜିଲ୍ଳାର ଜିଲ୍ଲାପାଳ ଓ ୭୯ଟି ବିଧାନସଭା କ୍ଷେତ୍ରର ୪୯ ରିଟର୍ଣ୍ଣିଂ ଅଫିସରଙ୍କୁ ଦିଆଯାଉଛି ଟ୍ରେନିଂ

172

କନକ ବ୍ୟୁରୋ: ଭୋଟ ଗଣତି ପାଇଁ ଆଜିଠାରୁ ଆରମ୍ଭ ହୋଇଛି ପ୍ରଶିକ୍ଷଣ । ଆସନ୍ତା ୨୩ ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନ ଭୋଟ ଗଣତି ପାଇଁ ଭୁବନେଶ୍ୱରରେ ରିଟର୍ଣ୍ଣିଂ ଅଫିସରମାନଙ୍କୁ ଦୁଇ ଦିନ ଧରି ତାଲିମ ଦିଆଯିବ । କେମିତି ଭୋଟ ଗଣତି ହେବ ତାହାର ଡେମୋ କରି ଦେଖାଇଛନ୍ତି ନିର୍ବାଚନ ଅଧିକାରୀ ।  ଆଜି ୧୪ଟି ଜିଲ୍ଳାର ରିଟର୍ଣ୍ଣିଂ ଅଫିସର ଆସିଛନ୍ତି । କାଲି ୧୬ଟି ଜିଲ୍ଲାର ରିଟର୍ଣ୍ଣିଂ ଅଫିସର ଆସିବେ ।  ୨ଟି ପର୍ଯ୍ୟାୟରେ ପ୍ରଶିକ୍ଷଣ ଦିଆଯିବ । ରାଜ୍ୟର ପ୍ରତି କାଉଂଟିଙ୍ଗ ହଲରେ ପ୍ରସ୍ତୁତି ଚାଲିଛି । ଗୋଟିଏ ହଲରେ ୭ଟି ଟେବୁଲ ପଡି ବିଧାନସଭା ଓ ଲୋକସଭା ଭୋଟ ଗଣତି ହେବ ବୋଲି କହିଛନ୍ତି ସୁରେନ୍ଦ୍ର କୁମାର ।

ତେବେ ଖରାକୁ ଦୃଷ୍ଟିରେ ରଖି ଓଡିଶାର ସମସ୍ତ କାଉଂଟିଙ୍ଗ ସେଂଟରମାନଙ୍କରେ ଏୟାର କଣ୍ଡିସନର ଲଗାଯିବ । ଏଥିପାଇଁ ସବୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ନିର୍ବାଚନ ଅଧିକାରୀ । ଆସନ୍ତା ୧୫ ତାରିଖରୁ ୧୮ ତାରିଖ ଯାଏଁ ଜିଲ୍ଲା ସ୍ତରର ନିବ ର୍ାଚନ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯିବାର କାର୍ଯ୍ୟକ୍ରମ ରହିଛି ।  ଗୋଟିଏ ହଲରେ ୭ଟା ଟେବୁଲରେ ବିଧାନସଭାର ଭୋଟ ଗଣତି ହେବ । ଏବଂ ବାକି ୭ଟା ଟେବୁଲରେ ଲୋକସଭାର ଭୋଟ୍ ଗଣତି ହେବ । ଅନ୍ୟ ରାଜ୍ୟମାନଙ୍କରେ ୧୪ଟା ଟେବୁଲରେ ଗୋଟିଏ ରାଉଣ୍ଡରେ ଭୋଟ ଗଣତି କରାଯାଉଥିବା ବେଳେ ଓଡିଶାରେ  ୭ଟା ଟେବୁଲରେ ଭୋଟ ଗଣତି କରାଯିବ । ତେଣୁ ଯଦି ଆପତତଃ ୨୦ ରାଉଣ୍ଡ ଗଣତି ହୁଏ ତେବେ ଓଡିଶାରେ ତାହା ୪୦ ରାଉଣ୍ଡ ହେବ ।

ତେବେ ଚଳିତ ଥର ପ୍ରଥମ ଥର ପାଇଁ ଭିଭିପାଟ୍ କାଉଂଟିଙ୍ଗ ହେବ । ଯେଉଁଥିପାଇଁ ଅଧିକ ସମୟ ଲାଗିବ । କାରଣ ଏଥିରେ ଯେଉଁ ଲଟେରୀ ହେବ ସେହି ଲଟେରୀରେ ହିଁ ଏକ ଘଂଟାରୁ ଅଧିକ ସମୟ ଲାଗିବ । ତା ପରେ ଭିଭିପାଟ୍ କାଉଂଟିଙ୍ଗ ଯେଉଁଟା ହେବ ୫ଟି ବୁଥରେ ହେବ । ଅର୍ଥାତ୍ ଉଭୟ ସୁପ୍ରିମକୋର୍ଟ ଏବଂ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ଲଟେରୀ ଅନୁସାରେ ମାତ୍ର ୫ଟି ବୁଥର ଭିଭିପାଟ୍ ଗଣତି କରାଯିବ । ସମାନ୍ତରାଳ ଭାବେ ନୁହେଁ ଗୋଟିଏ ପରେ ଗୋଟିଏ ମେସିନର ଗଣତି ହେବ ବୋଲି କହିଛନ୍ତି ସୁରେନ୍ଦ୍ର କୁମାର ।