କନକ ବ୍ୟୁରୋ: ଇ-ଟ୍ରଲି ପ୍ରସ୍ତୁତ କରି ଚର୍ଚ୍ଚାରେ ବ୍ରହ୍ମପୁର ଆଇଟିଆଇର ଛାତ୍ରଛାତ୍ରୀ । ଇ- ସାଇକେଲ ପରେ ଏବେ ଇ-ଟ୍ରଲି ବା ବ୍ୟାଟରୀ ଚାଳିତ ପଟାରିକ୍ସା ପ୍ରସ୍ତୁତ କରିଛନ୍ତି ଆଇଟିଆଇ ଛାତ୍ରଛାତ୍ରୀ । ପ୍ରାୟ ମାସେ ଧରି ପରିଶ୍ରମ କରି ଏହାକୁ ପ୍ରସ୍ତୁତ କରିଛନ୍ତି ଛାତ୍ରଛାତ୍ରୀ ।  ଯାହାକୁ  ୫ ରୁ ୬ ଘଣ୍ଟା ଚାର୍ଜ କଲେ ୫୦ କିଲୋମିଟର ପର୍ଯ୍ୟନ୍ତ ଗଡିବ । ଏଥିରେ ୩୦୦ କିଲୋଗ୍ରାମ ଓଜନର ସାମଗ୍ରୀ ବୋହି ହେବ  ।ଏହା ଘଣ୍ଟା ପ୍ରତି ୨୫କିଲୋମିଟର ବେଗରେ ଚାଲିପାରିବ । ଇଲେକ୍ଟି, ଓଲଡିଂ ଓ ପେଟିଂ ଭଳି ତିନିଟି ଟ୍ରେଡର ଛାତ୍ରଛାତ୍ରୀ ମାତ୍ର ୩୦ହଜାର ଟଙ୍କାରେ ଏହାକୁ ନିର୍ମାଣ କରିଛନ୍ତି । ଏହାକୁ ଉଭୟ ପୁରଷ ଓ ମହିଳା ସହଜରେ ଚଲାଇ ପାରିବେ । ଛୋଟ ଛୋଟ ବୁଲା ବିକାଳି କମ ପରିଶ୍ରମ ଓ କମ୍ ଖର୍ଚରେ ଦୁଇ ପଇସା ରୋଜଗାର କରିପାରିବେ । ଯଦି କୌଣସି ନାମିଦାମୀ କମ୍ପାନୀ ଏହାକୁ ପ୍ରସ୍ତୁତ କରି  ବଜାରକୁ ଛାଡେ ତେବେ ଦୁଇଗୁଣ ହୋଇପାରେ ବୋଲି ଛାତ୍ରଛାତ୍ରୀ କହିଛନ୍ତି ।