ଲୋକଙ୍କ ମୃତ୍ୟୁର କାରଣ ପାଲଟୁଛି ଇ-ରିକ୍ସା ! ଜାଣନ୍ତୁ କଣ କହୁଛି ରିପୋର୍ଟ

117

ଯୁଗ ବଦଳିଛି । ଆଉ ପରିବର୍ତ୍ତିତ ସମୟ ସହ ତାଳ ଦେଇ ବଦଳିଛି ଲୋକଙ୍କ ଜୀବନଶୈଳୀ । ଏହି କ୍ରମରେ ଏବେ ଯାତୟାତ ପାଇଁ ଇ-ରିକ୍ସା ଏକ ପ୍ରମୁଖ ମାଧ୍ୟମ ପାଲଟିଛି । ଦିନକୁ ଦିନ ପ୍ରଦୂଷଣର ମାତ୍ରା ବଢି ଚାଲିଥିବା ବେଳେ ପ୍ରଦୂଷଣକୁ ରୋକିବା ପାଇଁ ଇ-ରିକ୍ସା ଏବେ ଏକ ଉତ୍ତମ ବିକଳ୍ପ ଭାବେ ଉଭା ହୋଇଛି । ଯାତାୟତ ପାଇଁ ଉପଯୋଗୀ ପାଳଟିଥିବା ଏହି ଇ-ରିକ୍ସା ଏବେ ସାଧାରଣ ଲୋକଙ୍କ ପାଇଁ ମୃତ୍ୟୁର କାରଣ ପାଲଟିଛି ।

rickshawସଡକ ଦୁର୍ଘଟଣାକୁ ନେଇ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୨୦୧୬ରେ ଇ-ରିକ୍ସା ଯୋଗୁଁ ମୋଟ୍ ୩୮୦ ଲୋକଙ୍କର ମୃତ୍ୟୁ ହୋଇଛି । ରିପୋର୍ଟ ଅନୁଯାୟୀ, ଇ-ରିକ୍ସା ପାଇଁ ତେଲଙ୍ଗାନାରେ ସବୁଠାରୁ ଅଧିକ ୭୧ ଜଣ ମୃତ୍ୟୁବରଣ କରିଛନ୍ତି । ସେହିଭଳି ଉତ୍ତରପ୍ରଦେଶରେ ୬୬, ହରିୟାଣାରେ ୫୬ , ଦିଲ୍ଲୀରେ ୨୦ ଏବଂ ମହାରାଷ୍ଟ୍ରରେ ୪୭ ଲୋକଙ୍କର ଇ-ରିକ୍ସା ଯୋଗୁଁ ମୃତ୍ୟୁ ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି । ଇ-ରିକ୍ସା ବାୟୁମଣ୍ଡଳ ତଥା ଯାତାୟତ ପାଇଁ ସୁବିଧାଜନକ ହୋଇଥିଲେ ମଧ୍ୟ ଏହା ଦୁର୍ଘଟଣା ମାମଲାରେ ଏହା ମଣିଷ ପାଇଁ ମରଣଜନ୍ତା ପାଲଟିଛି ।

ଇ-ରିକ୍ସା ମୋଟରଯାନ ଅନ୍ତର୍ଭୁକ୍ତ ଅଧିନିୟମ ଭିତରେ ଆସୁନଥିବାରୁ କୌଣସି ଯାନବାହାନ ପରିମିଟ୍ ଆବଶ୍ୟକ ପଡିନଥାଏ । ଏପରିକି ପୂର୍ବରୁ ଇ-ରିକ୍ସା ଚଳାଇବା ପାଇଁ କୌଣସି ଡ୍ରାଇଭିଙ୍ଗ ଲାଇସେନ୍ସର ଆବଶ୍ୟକ ପଡୁନଥିଲା । ତେଣୁ ଯେ କୌଣସି ବ୍ୟକ୍ତି ଚାହିଁଲେ ଏହି ଗାଡି ଚଳାଇ ପାରୁଥିଲେ । ଫଳରେ ଅଧିକ ମାତ୍ରାରେ ଦୁର୍ଘଟଣା ଘଟୁଥିଲା । କିନ୍ତୁ ୨୦୧୭ ମାର୍ଚ୍ଚ ମାସରେ ଇ-ରିକ୍ସାକୁ ଉତ୍ତର ପ୍ରଦେଶ ସରକାର ପୂର୍ବରୁ ଥିବା ନିୟମରେ ପରିବର୍ତ୍ତନ ଆଣିଥିଲେ । ଯେଉଁ ଅଧ୍ୟାଦେଶ ଅନୁଯାୟୀ, ଇ-ରିକ୍ସା ଚଳାଇବା ପାଇଁ ଏବେ ଡ୍ରାଇଭିଙ୍ଗ ଲାଇସେନ୍ସ ଜରୁରୀ ।

e-rickshawsଏହି ନିୟମ ଲାଗୁହେବା ପରେ ଇ-ରିକ୍ସା ଚାଳକ ବିନା ଲାଇସେନ୍ସରେ ଗାଡି ଚଳାଉଥିବାର ଧରାପଡିଲେ ଚାଲାଣ କାଟିବାକୁ ପଡିବ । ଏପରିକି କିଛି କ୍ଷେତ୍ରରେ ଗାଡିକୁ ଜବତ ମଧ୍ୟ କରାଯିବ ବୋଲି ସରକାର ନିୟମ କରିଛନ୍ତି । ତା ଛଡା ଗାଡି ଭିତରେ ଫାଷ୍ଟଏଡ ବକ୍ସ ଓ ଅଗ୍ନି ନିର୍ବାପକ ଯନ୍ତ୍ର ରଖିବା ନିତାନ୍ତ ଆବଶ୍ୟକ । ନଚେତ ନିୟମ ଉଲ୍ଲଂଘନ ଅଭିଯୋଗରେ ଗାଡିକୁ ଜବତ କରିହେବ । ଏବେ ପେଟ୍ରୋଲ ଓ ଡିଜେଲ ଗାଡି ବଦଳରେ ଇଲେକଟ୍ରକି ଗାଡି ଚଳାଇବା ପାଇର୍ ସରକାର ପ୍ରସ୍ତ୍ୁତ ହେଉଛନ୍ତି । ଭାରତ ସରକାର ସିଏନଜି ବ୍ୟବହାର କରିବାର ପ୍ରାୟ ୧୫ ବର୍ଷରୁ ଅଧିକ ସମୟ ବିତିଲାଣି । କିନ୍ତୁ ଏବେ ମଧ୍ୟ ଲୋକ ଲମ୍ବା ଲାଇନରେ ଠିଆ ହୋଇ ଗ୍ୟାସ ଭରୁଛନ୍ତି । ଏଭଳି ସ୍ଥିତିରେ ଇଲେକଟ୍ରିକ ଗାଡି କଥା ଭାବିବା ହାସାସ୍ପଦ କଥା । ତା ଛଡା ଯାତାୟତ କ୍ଷେତ୍ରରେ ଆହୁରି ଅନେକ ଅସୁବିଧା ରହିଛି ଯାହାକୁ ଏପଯ୍ୟନ୍ତ ଦୂର କରାଯାଇ ପାରିନାହିଁ । ତେଣୁ ଇଲେକଟ୍ରିକ ଗାଡି ଚଳାଇବା କେତେଦୂର ଯୁକ୍ତିଯୁକ୍ତ ତାହା ଆଗାମୀ ଦିନରେ ଜଣାପଡିବ ।